www.samajalive.in
Tuesday, December 9, 2025
16.1 C
Bhubaneswar

ଆଦିବାସୀ ମହିଳାଙ୍କୁ ର୍ଦୁବ୍ୟବହାର ଘଟଣାରେ ଜିଲ୍ଳାପାଳ ଓ ଏସପିଙ୍କୁ ଭେଟିଲେ ଆଦିବାସୀ ସଂଘ

ମୋହନା : ଗଜପତି ଜିଲ୍ଲା ଅଡବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ନର୍ସଙ୍କୁ ର୍ଦୁବ୍ୟବହାର ଓ ଜାତିଆଣ ଆକ୍ଷେପ ଘଟଣାରେ ସଂପୃକ୍ତ ଥିବା ଜଣେ ସାମ୍ବାଦିକ ସୁମନ ପଟ୍ଟନାୟକ ଓରଫ ରକିଙ୍କୁ ବର୍ତ୍ତମାନ ସୁଦ୍ଧା ପୁଲିସ ଗିରଫ କରି ନଥିବାରୁ ଜିଲ୍ଲା ଆଦିବାସୀ ସୁରକ୍ଷା ମଞ୍ଚ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହା ସହ ଆସନ୍ତା ୧୫ ଦିନ ମଧ୍ୟରେ ସଂପୃ୍‍କ୍ତ ସମ୍ବାଦିକଙ୍କୁ ଗିରଫ ଦାବିରେ ମଙ୍ଗଳବାର ଆଦିବାସୀ ସଂଘର ପ୍ରତିନିଧିମାନେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଘଟଣା ତଦନ୍ତ କରିବା ପାଇଁ ଅତିରିକ୍ତ ଏସପିଙ୍କୁ ଦାୟିତ୍ୱ ଦେବା ସହ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ଜିଲ୍ଳାପାଳ ଏହି ଘଟଣାକୁ ନିନ୍ଦା କରିବା ସହ ସମ୍ବିଧାନର ୪ର୍ଥ ସ୍ତମ୍ଭ ହୋଇ ଏହିଭଳି ଘଟଣାରୁ ନିର୍ବୁତ ରହିବା ଉଚିତ ବୋଲି କହିଛନ୍ତି। ତେଣୁ ଘଟଣାର ସତ୍ୟାସତ୍ୟ ବୁଝିବା ସହ ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଳା ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନ କରିବେ ବୋଲି କହିଛନ୍ତି। ଆଦିବାସୀ ସଂଘର ୪ ଜଣିଆ ଟିମ୍ ଜିଲ୍ଲାପାଳ ଓ ଏସପିଙ୍କୁ ସାକ୍ଷାତ କରିବା ସହ ୧୫ ଦିନ ମଧ୍ୟରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରାନଗଲେ, ଗଜପତି ଜିଲ୍ଲାର ଆଦିବାସୀ ସଂଘ ପକ୍ଷରୁ ଏକ ବଡ ଧରଣର ଆଦିବାସୀ ମେଳି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories