www.samajalive.in
Tuesday, December 9, 2025
16.1 C
Bhubaneswar

ଅଡବା ପୁଲିସକୁ ପୁଣି ବଡ଼ ସଫଳତା : ୬ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ସହ ମାଫିଆ ଗିରଫ

ମୋହନା :  ଅଡବା ପୁଲିସକୁ ପୁଣି  ବଡ ସଫଳତା ମିଳିଛି । ଗଞ୍ଜେଇ ମାଫିଆ ମାନେ କାର, ଟ୍ରକ, ବସ ଓ ବାଇକରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ  ଗଞ୍ଜେଇ ଚାଲାଣ କରୁଥିବା ସମୟରେ ପୁଲିସ ହାବୁଡରେ ପଡୁଥିବା ବେଳେ ଅଡବା ପୁଲିସ ଏକ ଦୁର୍ଗମ ଗ୍ରାମରୁ ବିପୁଳ ପରିମାଣର ଗଞ୍ଜେଇ ଜଣେ ବ୍ୟକ୍ତିଙ୍କ ଘରୁ ଜବତ କରିବାରେ ସଫଳ ହୋଇଛି । ସୂଚନା ଯୋଗ୍ୟ ବିଶେଷ ସୂତ୍ରରୁ ଖବର ପାଇ ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ ଓ ପାରଳାଖେମୁଣ୍ଡି ଡିଏସପି କୈଳାଶ ଚନ୍ଦ୍ର ବୁରୁଦାଙ୍କ ତତ୍ତ୍ଵାବଧାନରେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଏସଆଇ ହୃଷିକେଶ ପଣ୍ଡା ଏବଂ କର୍ମଚାରୀମାନେ ମିଳିତ ଭାବେ ଗୁଲୁବା ପଞ୍ଚାୟତ ଅନ୍ତର୍ଗତ ବାରଲାଗୁଡ଼ା ଗ୍ରାମର ତିଳେଶ୍ଵର ନାୟକ (୩୭)ଙ୍କ ଘରେ ସୋମବାର  ପୁଲିସ ଟିମ ଚଢ଼ାଉ କରିଥିଲେ। ତାଙ୍କ ଘରୁ ୨୧ଟି ଜରି ବସ୍ତାରେ ରଖାଯାଇଥିବା ୬ କ୍ଵିଣ୍ଟାଲ ୭୯ କିଗ୍ରା ଗଞ୍ଜେଇକୁ ଜବତ କରିବା ସହ ତିଲେଶ୍ଵରକୁ ମଧ୍ୟ ଗିରଫ କରିଥିଲେ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ବଜାରରେ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ। ମାଜିଷ୍ଚ୍ରେଟ ଦାୟିତ୍ୱରେଥିବା ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ପଲାଇଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତା ଗୁଡିକୁ ଓଜନ କରାଯାଇଥିଲା। ଅଡବା ଥାନାରେ ମାମଲା ରୁଜୁ ହେବା ସହ ଗଞ୍ଜେଇ ମାଫିଆ ତିଳେଶ୍ଵର ନାୟକକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories