www.samajalive.in
Monday, December 8, 2025
20.1 C
Bhubaneswar

କୋଭିଡ୍‌ ନିୟମ ଉଲ୍ଲଙ୍ଘନ: ଜବତ ହେଲା ବିବାହ ଭୋଜି, ବର ନାମରେ ଥାନାରେ ମାମଲା

ମୋହନା: ମୋହନା ବ୍ଲକ ଅନ୍ତର୍ଗତ ଗୋଠବୋଲି ଗ୍ରାମରେ ବିବାହ ଭୋଜି ଚାଲିଥିଲା। ହଜାରେ ଲୋକଙ୍କ ପାଇଁ ଖାଦ୍ୟ ରନ୍ଧା ଯାଇଥିଲା। ତେବେ ଲୋକେ ଭୋଜି ଖାଇବା ପୂର୍ବରୁ ପହଞ୍ଚିଲେ ମୋହନା ତହସିଲ୍‍ଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଓ ଥାନା ଅଧିକାରୀ ସୁଜିତ୍‍ କୁମାର ନାୟକ। କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୋଜି ପାଇଁ ରନ୍ଧା ଖାଦ୍ୟ ଜବତ କଲେ। କୋଭିଡ୍‌ ନିୟମ ଉଲ୍ଲଙ୍ଘନରେ ଭୋଜିଭାତ ଆୟୋଜନ କରିଥିବା ବର ସୁଶାନ୍ତ ମାଳିଙ୍କ ବିରୋଧରେ ତହସିଲ୍‌ଦାର କଲ୍ୟାଣୀ ସଂଘମିତ୍ରା ଦେବୀ ନିଜ ତରଫରୁ ଥାନାରେ ଏକ ମାମଲା ରୁଜୁ କରିଥିଲେ।
ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍‍ ୧୯କୁ ଅବମାନନା କରି ମୋହନା ବ୍ଲକ ଅନ୍ତର୍ଗତ ଗୋଠବୋଲି ଗ୍ରାମରେ ବିବାହ ଭୋଜିଭାତର ଆସର ଆୟୋଜନ କରାଯାଇଥିଲା। ସୁଶାନ୍ତଙ୍କ ବିବାହ ଭୋଜି ଉତ୍ସବରେ ନିଜ ସମ୍ପର୍କିୟଙ୍କ ସହିତ ଗଞ୍ଜାମ ଜିଲାରୁ ବହୁ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।  ବିବାହ ଉତ୍ସବ ଭୋଜିସ୍ଥଳରେ ବରକନ୍ୟା ସୁଶାନ୍ତ ମାଳି ଓ ରେଣୁବାଳା ଉପସ୍ଥିତ ଥିଲେ। ସେଠାରେ ସ୍ବତନ୍ତ୍ର ଭାବେ ହାତ ଧୋଇବା ପାଇଁ ସାବୁନ କିମ୍ବା ସାନିଟାଇଜର ନଥିଲା। ବରକନ୍ୟାଙ୍କ ସମେତ କେହି ମାସ୍କ ପିନ୍ଧିନଥିଲେ କିମ୍ବା ସାମାଜିକ ଦୂରତା ନିୟମ ମାନି ନଥିଲେ ବୋଲି ଅଭିଯୋଗ ହୋଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories