www.samajalive.in
Sunday, December 7, 2025
23.1 C
Bhubaneswar

ଜୀବ ପ୍ରତି ଦୟାଭାବ ଆମର ସାଂସ୍କୃତିକ ପରମ୍ପରା – ମୋଦୀ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍‍ କି ବାତ୍‍’ରେ ଦେଶର ଦେଶର ମହାନ ପରମ୍ପରା ବିଷୟରେ କହିଛନ୍ତି। ସେ କହିଛନ୍ତି, ଆମ ପୂର୍ବପୁରୁଷମାନେ ଆମକୁ ଯାହା ଉତରାଧିକାର ସୂତ୍ରରେ ଦେଇଯାଇଛନ୍ତି, ଯେଉଁ ଶିକ୍ଷା-ଦୀକ୍ଷା ଆମେ ପାଇଛୁ, ସେଥିରେ ପ୍ରତ୍ୟେକ ଜୀବ ପ୍ରତି ଦୟାଭାବ, ପ୍ରକୃତି ପ୍ରତି ଅସୀମ ଭଲପାଇବା ଭଳି କଥାସବୁ ଆମର ସାଂସ୍କୃତିକ ପରମ୍ପରା। ତେଣୁ, ଭାରତର ଏହି ପରିବେଶର ଆତିଥ୍ୟ ଗ୍ରହଣ କରିବାକୁ ଦେଶ ବିଦେଶର ବିଭିନ୍ନ ପ୍ରକାରର ପକ୍ଷୀ ପ୍ରତିବର୍ଷ ଭାରତ ଆସିଥାନ୍ତି। ଭାରତ ବର୍ଷସାରା ଅନେକ ବିଦେଶାଗତ ପକ୍ଷୀ-ପ୍ରଜାତିମାନଙ୍କ ଆଶ୍ରୟସ୍ଥଳ ପାଲଟିଥାଏ। ପାଞ୍ଚଶହରୁ ମଧ୍ୟ ଅଧିକ ପ୍ରକାରର ପକ୍ଷୀ ପୃଥିବୀର ବିଭିନ୍ନ ଅଞ୍ଚଳରୁ ଆସିଥାନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଗତ ଦିନରେ COP – 13 ଏହି ବିଷୟରେ ବହୁତ ଆଲୋଚନା ହୋଇଛି, ଚିନ୍ତା କରାଯାଇଛି, ଚର୍ଚ୍ଚା ମଧ୍ୟ ହୋଇଛି ଏବଂ ଭାରତର ପ୍ରୟାସଗୁଡ଼ିକର ବହୁତ ପ୍ରଶଂସା ମଧ୍ୟ କରାଯାଇଛି। ସେ କହିଛନ୍ତି, ଏହା ଆମ ପାଇଁ ଗର୍ବର କଥା ଯେ, ଆଗାମୀ ତିନିବର୍ଷ ପାଇଁ ଭାରତ ଭ୍ରମଣଶୀଳ ପ୍ରଜାତିମାନଙ୍କ ଉପରେ ଆୟୋଜିତ ହେବାକୁ ଥିବା COP – 13 ସମ୍ମିଳନୀର ସଭାପତିତ୍ୱ କରିବ। ଏହି ସୁଯୋଗର ସଦୁପଯୋଗ କିପରି କରାଯାଇପାରେ ସେ ସମ୍ପର୍କରେ ମତାମତ ପଠାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। COP – 13 ସମ୍ମିଳନୀରେ ଚାଲିଥିବା ଏହି ଆଲୋଚନା ମଧ୍ୟରେ ମୋଦୀ ମେଘାଳୟ ସହ ସମ୍ପୃକ୍ତ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରସଙ୍ଗରେ କହିଛନ୍ତି। ନିକଟ ଅତୀତରେ ପ୍ରାଣୀବିଜ୍ଞାନୀମାନେ ମାଛର ଗୋଟିଏ ନୂତନ ପ୍ରଜାତି ଆବିଷ୍କାର କରିଛନ୍ତି, ଯାହା କେବଳ ମେଘାଳୟର ଗୁମ୍ଫାଗୁଡ଼ିକରେ ଦେଖାଯାଇଥାନ୍ତି। ଏହି ମାଛ ଗୁମ୍ଫାମାନଙ୍କର ଭୂମି ତଳେ ରହୁଥିବା ଜଳଚର ପ୍ରାଣୀମାନଙ୍କ ପ୍ରଜାତି ମଧ୍ୟରେ ସବୁଠାରୁ ବଡ଼ ବୋଲି ବିଶ୍ୱାସ କରାଯାଏ। ଏହି ମାଛ ଏଭଳି ଗଭୀର ଏବଂ ଅନ୍ଧାରୁଆ ଗୁମ୍ଫାଗୁଡ଼ିକରେ ବାସ କରେ ଯେଉଁଠାରେ ହୁଏତ ଆଲୋକ ମଧ୍ୟ ପହଞ୍ଚିପାରୁନଥିବ। ଏତେ ବଡ଼ ମାଛ ଏଭଳି ଗଭୀର ଗୁମ୍ଫାଗୁଡ଼ିକରେ କିଭଳି ବଞ୍ଚିପାରୁଛି ଏକଥାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

- Advertisement -

ଆମ ଭାରତ ଏବଂ ବିଶେଷକରି ମେଘାଳୟ ଗୋଟିଏ ଦୁର୍ଲ୍ଲଭ ପ୍ରଜାତିର ବାସସ୍ଥାନ ହୋଇଥିବା ଏକ ସୁଖକର ବିଷୟ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ଏହା ଭାରତର ଜୈବ ବିବିଧତାକୁ ଏକ ନୂତନ ପରିଚୟ ଦେବାକୁ ଯାଉଛି ବୋଲି କହିଛନ୍ତି। ସେ କହିଛନ୍ତି, ଆମ ଆଖପାଖରେ ଏତେଗୁଡ଼ିଏ ଆଶ୍ଚର୍ଯ୍ୟଜନକ କଥା ରହିଛି ଯାହା ଏବେ ମଧ୍ୟ ଆମ ପାଇଁ ଅଜଣା। ଏହିସବୁ ଆଶ୍ଚର୍ଯ୍ୟକୁ ଖୋଜି ବାହାର କରିବା ପାଇଁ ଦୃଢ଼ ଅନୁସନ୍ଧିତ୍ସୁ ମନୋଭାବ ଆବଶ୍ୟକ। ପ୍ରଧାନମନ୍ତ୍ରୀ ମହାନ ତାମିଲ କବୟିତ୍ରୀ ଅବୈୟାର୍‍ଙ୍କ ଏକ ଲେଖା ଶୁଣାଇ ଥିଲେ ଯାହାର ଅର୍ଥ ହେଲା ହେଉଛି ଆମେ ଯାହା ଜାଣିଛୁ, ତାହା ମାତ୍ର ମୁଠାଏ ବାଲି ସଦୃଶ। କିନ୍ତୁ ଯାହା ଆମେ ଜାଣିନୁ, ତାହା ସ୍ୱୟଂ ଏକ ବ୍ରହ୍ମାଣ୍ଡ ସଦୃଶ। ଏହି ଦେଶର ବିବିଧତା ମଧ୍ୟ ଏହିଭଳି ଯେତେ ଜାଣିଲେ ବି ତାହା କମ୍‍। ଆମର ଜୈବବିବିଧତା ମଧ୍ୟ ସମଗ୍ର ମାନବ ଜାତି ପାଇଁ ଜ୍ଞାନର ଗୋଟିଏ ଗନ୍ତାଘର, ଯାହାକୁ ଆମେ ସାଇତି କରି ରଖିବାକୁ ହେବ, ସଂରକ୍ଷିତ କରି ରଖିବାକୁ ହେବ ଆଉ ଏହା ସମ୍ପର୍କରେ ଅଧିକ ଅନୁସନ୍ଧାନ ମଧ୍ୟ କରିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories