www.samajalive.in
Friday, December 5, 2025
23.1 C
Bhubaneswar

ବ୍ରିକାନ୍ତ ନାଁ ଶୁଣି ପାକିସ୍ତାନର ନିଦ ହଜିଯାଇଥିଲା – ମୋଦୀ

ନୂଆଦିଲ୍ଲୀ – ଆଇଏନ୍‌ଏସ୍‌ ବ୍ରିକ୍ରାନ୍ତରେ ଦୀପାବଳି ପାଳନ କରିବା ସହ ଏହିଠାରୁ ଦେଶବାସୀଙ୍କୁ ଦୀପାବଳୀର ଶୁଭେଚ୍ଛା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିକ୍ରାନ୍ତର ନାଁ ଶୁଣି ଶୁତ୍ର ଦେଶ ଥରୁ ଥିବା କଥା ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଜୀ ସୂଚନା ଦେଇଛନ୍ତି ।

ରବିବାରରୁ ବିମାନବାହକ ଯୁଦ୍ଧପୋତ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ରାତ୍ରୀ ଯାପନ କରିଥିଲେ । ସକାଳେ ସୂର୍ଯ୍ୟୋଦୟ ଦେଖିଥିଲେ । ନୌବୀରଙ୍କ ମଧ୍ୟରେ ରହିଥିବା ବେଳେ ସେ ଅନେକ କିଛି ଶିକ୍ଷା କରିଥିବା କଥା କହିଛନ୍ତି । ଏହି ଅବସରରେ ସେ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ ।

- Advertisement -

ଯୁଦ୍ଧ ସମୟରେ ଆଇଏନ୍‌ଏସ୍‌ ବିକ୍ରାନ୍ତ ନାଁ ଶୁଣି ପାକିସ୍ତାନ ଭୟଭୀତ ହୋଇଥିବା କଥା ସେ ପ୍ରକାଶ କରିଛନ୍ତି ।ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଶତ୍ରୁମାନେ ଏହା ନାଁ ଶୁଣି ଭୟଭୀତ ହେଉଛନ୍ତି । ସେମାନଙ୍କ ମନୋବଳକୁ ଏହା ଦୁର୍ବଳ କରିଦେଉଥିବା କଥା ସେ ପ୍ରକାଶ କରିଛନ୍ତି ।

ଯୁଦ୍ଧ ସମୟରେ ସୈନ୍ୟମାନେ ଯାହା ଅନୁଭବ କରନ୍ତି ତାହା ବ୍ୟକ୍ତ କରିହେବା ନାହିଁ ବୋଲି ମୋଦୀ କହିଛନ୍ତି।ସୈନ୍ୟବାହିନୀ ସଶକ୍ତ ହେବା ପାଇଁ ସେମାନେ ଆତ୍ମ ନିର୍ଭରଶୀଳ ହେବା ଦରକାର ବୋଲି ମୋଦୀ କହିଛନ୍ତି । ଏବେ ଦେଶରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ନିର୍ମାଣ ହେଉଥିବା କଥା ସେ ପ୍ରକାଶ କରିଛନ୍ତି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories