www.samajalive.in
Sunday, December 7, 2025
15.1 C
Bhubaneswar

ହ୍ଵାଟ୍ସଆପ୍‌ ଚାନେଲରେ ଯୋଗ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ଚାନେଲରେ ଯୋଗ ଦେଇଛନ୍ତି। ତେଣୁ ହ୍ବାଟ୍ସଆପ୍ ବ୍ୟବହାରକାରୀ ଏବେ ପ୍ରଧାନମନ୍ତ୍ରୀଙ୍କ ଠାରୁ ବିଭିନ୍ନ ପ୍ରକାର ସୂଚନା ପାଇପାରିବେ। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଂସଦ ଭବନର ଫଟୋକୁ ପୋଷ୍ଟ କରିଛନ୍ତି। ହ୍ବାଟ୍ସଆପ୍‌ ଚାନେଲରେ ଯୋଗ ଦେବା ପରେ ମୋଦୀ ତାଙ୍କ ପ୍ରଥମ ବାର୍ତ୍ତାରେ କହିଛନ୍ତି ଯେ ଯୋଗାଯୋଗକୁ ଆହୁରି ନିକଟତର କରିବା ଲାଗି ଏହା ଆଉ ଏକ ପଦକ୍ଷେପ। ଏହି ସୋସିଆଲ ମିଡିଆରେ ଯୋଗ ଦେଇ ସେ ଅତ୍ୟନ୍ତ ଖୁସି। ଗତ ସେପ୍ଟେମ୍ବର ୧୩ ତାରିଖରେ ମେଟା ପକ୍ଷରୁ ଭାରତରେ ହ୍ବାଟ୍ସଆପ୍ ଚାନେଲର ଶୁଭାରମ୍ଭ କରାଯାଇଥିଲା। ହ୍ବାଟ୍ସଆପ୍ ଚାନେଲ ୱାନ ୱେ (ଏକପାଖିଆ) ଯୋଗାଯୋଗ ମାଧ୍ୟମ। ଏହା ମାଧ୍ୟମରେ ଜଣେ କୌଣସି ବ୍ୟକ୍ତି ଓ ସଂଗଠନଠାରୁ ତଥ୍ୟ ପାଇପାରିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories