www.samajalive.in
Friday, December 5, 2025
23.1 C
Bhubaneswar

କାର୍‌ର ନମ୍ବରପ୍ଲେଟ୍‌ରେ ଲେଖିଲେ ମୋଦୀଙ୍କ ନାମ

ୱାଶିଂଟନ୍‌ : ଚଳିତ ମାସ ୨୧ରୁ ୨୪ ମଧ୍ୟରେ ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଥିପାଇଁ ଆମେରିକାରେ ଥିବା ମୋଦୀଙ୍କ ପ୍ରଶଂସକ ମଧ୍ୟ ବେଶ୍‌ ଉତ୍ସାହିତ ଅଛନ୍ତି। ସୂଚନା ଅନୁସାରେ ଆମେରିକାର ମେରିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ବଡ଼ ପ୍ରଶଂସକ ତାଙ୍କ କାର୍‌ର ନମ୍ବର ପ୍ଲେଟ୍‌ରେ ମୋଦିଙ୍କ ନାଁ ଲେଖିଛନ୍ତି। ବ୍ୟକ୍ତି ଜଣକ ହେଲେ ରାଘବେନ୍ଦ୍ର। ଭାରତର ମୂଳ ନିବାସୀ ତଥା ଆମେରିକୀୟ ନାଗରିକ ରାଘବେନ୍ଦ୍ର ନିଜ କାର୍‌ ନମ୍ବର ପ୍ଲେଟରେ ‘ଏନ୍‌ମୋଦି’ ଲେଖାଇଛନ୍ତି। ଏନେଇ କହିଛନ୍ତି, ସେ ଏହି ନମ୍ବର ପ୍ଲେଟକୁ ୨୦୧୬ ନଭେମ୍ବରରୁ ବ୍ୟବହାର କରୁଛନ୍ତି। ମୋଦି ମୋର ପ୍ରେରଣା। ଦେଶ ପାଇଁ, ସମାଜ ପାଇଁ, ବିଶ୍ୱ ପାଇଁ କିଛି ଭଲ କାମ କରିବାକୁ ସେ ମୋତେ ପ୍ରେରଣା ଦିଅନ୍ତି। ସେଥିପାଇଁ ମୋଦୀଙ୍କ ଗସ୍ତକୁ ଖୁବ୍‌ ଉତ୍କଣ୍ଠାର ସହିତ ଅପେକ୍ଷା କରିଛି ବୋଲି କହିଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories