www.samajalive.in
Tuesday, December 9, 2025
17.1 C
Bhubaneswar

ଟାଇମ୍‍ ପତ୍ରିକାରେ ମୋଦୀ, ସୁନ୍ଦର ପିଚାଇ

ନ୍ୟୁୟର୍କ : ଲଣ୍ଡନର ‘ଟାଇମ୍‍’ ପତ୍ରିକା ପକ୍ଷରୁ ବିଶ୍ୱର ୧୦୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ୨୦୨୦ ମସିହାର ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୁଗଲ ସିଇଓ ସୁନ୍ଦର ପିଚାଇ, ଲଣ୍ଡନସ୍ଥିତ ଭାରତୀୟ ଡାକ୍ତର ରବୀନ୍ଦ୍ର ଗୁପ୍ତା, ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଓ ଦିଲ୍ଲୀ ସାହିନବାଗର ବିକ୍ଷୋଭକାରୀ ବିଲକିସ୍‍। ଟାଇମ ପତ୍ରିକାର ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ମୋଦୀଙ୍କୁ ସାମିଲ କରାଯିବାର କାରଣ ତାଙ୍କ ରାଜନୈତିକ କ୍ଷମତା ନୁହେଁ। ମୋଦୀଙ୍କୁ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସାମିଲ କରାଯିବାର କାରଣ ହେଉଛି ଭାରତରେ ଧାର୍ମିକ ସଦ୍‍ଭାବକୁ ବଜାୟ ରଖିବା। ବଲିଉଡର ଏକମାତ୍ର କଳାକାର ଭାବେ ଆୟୁଷ୍ମାନ ଖୁରାନାଙ୍କ ନାମ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଛି। ଭାରତ ଜନ୍ମିତ ଡାକ୍ତର ରବୀନ୍ଦ୍ର ଗୁପ୍ତା ଏନଆଇଭି ଭୂତାଣୁ ସଂକ୍ରମଣ ସମ୍ପର୍କରେ ଉଲ୍ଲେଖନୀୟ ଗବେଷଣା କରିଛନ୍ତି। ସେହିପରି ୨୦୨୦ ଆରମ୍ଭରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦିଲ୍ଲୀର ସାହିନବାଗରେ ହୋଇଥିବା ବିକ୍ଷୋଭ ସମୟରେ ବିଲ୍‍କିସ୍‍ ଚର୍ଚ୍ଚାକୁ ଆସିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories