www.samajalive.in
Monday, December 8, 2025
24.1 C
Bhubaneswar

ଶାହା ୧୬୧, ମୋଦୀ ୧୪୨ ନିର୍ବାଚନୀ ସଭା କରିଛନ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପ୍ରଚାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪୨ଟି ସଭା କରିଛନ୍ତି। ଏହି ସଭା କରିବା ଲାଗି ପ୍ରଧାନମନ୍ତ୍ରୀ ୧ଲକ୍ଷ ୫୦ହଜାର କି.ମି. ବିମାନ ଯାତ୍ରା କରିଥିବା ବିଜେପି ଅଧ୍ୟକ୍ଷ ଅମିତ ଶାହା ଶୁକ୍ରବାର କହିଛନ୍ତି।
ସ୍ବାଧୀନ ଭାରତରେ ଜଣେ ପ୍ରଧାନମନ୍ତ୍ରୀଙ୍କ ଏହା ସର୍ବାଧିକ ନିର୍ବାଚନ ପ୍ରଚାର ବୋଲି ଶାହା କହିଛନ୍ତି। ମାର୍ଚ୍ଚ ୨୮ରେ ମୋଦୀ ତାଙ୍କର ପ୍ରଥମ ନିର୍ବାଚନ ପ୍ରଚାର ମିରଟରୁ ଆରମ୍ଭ କରିଥିଲେ। ମୋଦୀ ତାଙ୍କର ୧୪୨ଟି ନିର୍ବାଚନ ସଭାରେ ପ୍ରାୟ ୧.୫କୋଟି ଲୋକଙ୍କୁ ପ୍ରତ୍ୟକ୍ଷ ସମ୍ବୋଧନ କରିଥିବା ଆକଳନ କରାଯାଇଛି। ମୋଦୀ ନିର୍ବାଚନ ପ୍ରଚାର ଲାଗି ୪ଟି ରୋଡ ଶୋ ମଧ୍ୟ କରିଥିଲେ। ସେହିପରି ଅମିତ ଶାହା ଦଳୀୟ ପ୍ରଚାର ଲାଗି ୧୬୧ଟି ସଭା ଓ ୧୮ଟି ରୋଡ ଶୋ କରିଛନ୍ତି। ଏଥିପାଇଁ ସେ ୧.୫୮ ଲକ୍ଷ କି.ମି. ଯାତ୍ରା କରିଛନ୍ତି। ନିର୍ବାଚନ ପ୍ରଚାର ଲାଗି ଶାହା ଦେଶର ୩୧୨ଟି ଲୋକସଭା କ୍ଷେତ୍ରରେ ଗସ୍ତ କରିଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳୀୟ ପ୍ରଚାର ଲାଗି ୧୨୫ରୁ ଅଧିକ ସଭା ଓ ଶୋଭାଯାତ୍ରା କରିଥିବା ଜଣାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories