www.samajalive.in
Wednesday, December 10, 2025
26.1 C
Bhubaneswar

‘ମୋ ଖତ’ ଯୋଜନା, ରାଜମହଲ ଛକରେ ବସିବ କିଓସ୍କ

ଭୁବନେଶ୍ୱର: ବିଏମ୍‌ସି ବିକିବ ଖତ। ଏଥିପାଇଁ ଆରମ୍ଭ କରିଛି ‘ମୋ ଖତ’ ଯୋଜନା। ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ କ୍ଷୁଦ୍ର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର(ଏମ୍‌ସିସି)ରେ ଆବର୍ଜନାରୁ ଖତ ଉତ୍ପାଦନ ହେଉଛି। ଏହାକୁ କିଣିକା ପାଇଁ କୃଷି, ଜଙ୍ଗଲ ଏବଂ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଗ୍ରହ ପ୍ରକାଶ ପାଇଥିବାବେଳେ ବିଏମ୍‌ସି ପ୍ରଥମେ ସର୍ବସାଧାରଣଙ୍କୁ କିଣିବା ସୁଯୋଗ ଦେଇଛି। ଏଥିପାଇଁ ଶୁକ୍ରବାର ରାଜମହଲ ଛକ‌େର ବିଏମ୍‌ସି ପକ୍ଷରୁ ଖତ ବିକିବା କିଓସ୍କ ଉଦ୍‌ଘାଟନ ହେବ। ଲୋକେ ଅର୍ଥ ଜମା କରି ଏଠାରୁ ଖତ ନେଇ ପାରିବେ। ସୁଲଭ ମୂଲ୍ୟ‌େ‌ର ଏହି ଜୈବିକ ଖତ ବିକ୍ରି ହେବ। ବିଏମ୍‌ସି ପକ୍ଷରୁ କୁହାଯାଇଛି, ସହରରେ ଲୋକେ ଛାତ ଉପରେ ଉଦ୍ୟାନ କୃଷି କରି ବିଭିନ୍ନ ପ୍ରକାର ଫୁଲ, ପନିପରିବା ଉତ୍ପାଦନ କରୁଛନ୍ତି। ଏଥିପାଇଁ ଲୋକଙ୍କର ଜୈବିକ ଖତ ଚାହିଦା ରହିଥିବା ସର୍ଭେରୁ ଜଣାପଡ଼ିଛି। କିଓସ୍କ ମାଧ୍ୟମରେ ଖତ ବିକାଯିବ, ଯଦି ବିକ୍ରି ନହେଲା ତେ‌େ‌ବ ଜଙ୍ଗଲ, କୃଷି, ଉଦ୍ୟାନ କୃଷି ଏବଂ ଅନ୍ୟାନ୍ୟ ସଂସ୍ଥାକୁ ବିକିବା ପାଇଁ ଯୁକ୍ତି କରାଯିବ।

ସୂଚନାଯୋଗ୍ୟ ଯେ, ବିଏମ୍‌ସି ବିଭିନ୍ନ ୱାର୍ଡରେ ୪୩ଟି ଏମ୍‌ସିସି ନିର୍ମାଣ କରିବାକୁ ଥିବା‌େ‌ବଳେ ଏଯାଏଁ ୭ଟି କାର୍ଯ୍ୟକ୍ଷମ ହୋଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories