www.samajalive.in
Monday, December 8, 2025
27.1 C
Bhubaneswar

ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଅଲୋଡ଼ା ଦେବଗଡ଼ ବିଧାୟକ

ଦେବଗଡ: ଜୁଲାଇ ୩୧ ତାରିଖ ଦିନ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ତଥା ଦେବଗଡ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷା ଟୁକୁନୀ ସାହୁ ଦେବଗଡ ଜିଲା ଗସ୍ତରେ ଆସି ପ୍ଲାଜମା ସଂଗ୍ରହ ସମେତ ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା ଓ ଆଲୋଚନା କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ନିମନ୍ତେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଡକା ଯାଇନଥିବାରୁ ଏ ନେଇ ସେ ତୀବ୍ର ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରିଛନ୍ତି।

ମନ୍ତ୍ରୀଙ୍କ ଗସ୍ତ ଅବସରରେ ଯେ କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ସମୀକ୍ଷା ବୈଠକରେ ସମ୍ପୃକ୍ତ ଅଂଚଳର ବିଧାୟକମାନଙ୍କୁ ଡକାଯିବାର ବିଧି ଏବଂ ସରକାରୀ ଗାଇଡ ଲାଇନ ରହିଛି। ମାତ୍ର ସମଗ୍ର ଦେବଗଡ ଜିଲାରେ ସେ ଏକମାତ୍ର ବିଧାୟକ ହୋଇଥିଲେ ହେଁ ପ୍ରଶାସନ ପକ୍ଷରୁ ଗତ ୩୧ ତାରିଖ ଦିନର କାର୍ଯ୍ୟକ୍ରମକୁ ତାଙ୍କୁ ଡକା ଯାଇନଥିଲା ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ସରକାରୀ ନୀତି ନିୟମର ଉଲ୍ଲଙ୍ଗଣ କରୁଛି ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ଆମ ପ୍ରତିନିଧିଙ୍କୁ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories