ମିଥୁନ ଚକ୍ରବର୍ତ୍ତୀଙ୍କ ମାତୃ ବିୟୋଗ

ମୁମ୍ବଇ: ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ମାତୃ ବିୟୋଗ ଘଟିଛି। ଅଭିନେତାଙ୍କ ମାଆ ଶାନ୍ତିରାଣୀ ଚକ୍ରବର୍ତ୍ତୀଙ୍କର ଶୁକ୍ରବାର ପରଲୋକ ଘଟିଛି। ମିଥୁନଙ୍କ ସାନ ପୁଅ ନମାଶୀ ଏହି ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ୩ ବର୍ଷ ପୂର୍ବେ ଅଭିନେତାଙ୍କ ବାପା ବସନ୍ତ କୁମାର ଚକ୍ରବର୍ତ୍ତୀ ଏହି ଦୁନିଆରୁ ବିଦାୟ ନେଇଥିଲେ। ଏବେ ମାଆଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ମିଥୁନ।

 

Comments are closed.