www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଶା ଦେଶର ଖଣି ରାଜଧାନୀ : ଖଣି ସଚିବ

ଭୁବନେଶ୍ୱର : ଓଡ଼ିଶାରେ ଖଣି କାରବାରରେ ସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ଖଣି ସଚିବ ଅନିଲ ଗୋପୀଶଙ୍କର ମୁକିମ। ଓଡ଼ିଶା ହେଉଛି ଦେଶର ଖଣି ରାଜଧାନୀ। ରାଜ୍ୟରେ ଖଣି କାରବାର ଅତ୍ୟନ୍ତ ସନ୍ତୋଷଜନକ ଥିବା ପ୍ରକାଶ କରି ରାଜ୍ୟ ସରକାରଙ୍କୁ ସେ ପ୍ରଶଂସା କରିଛନ୍ତି।

- Advertisement -

ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ ସେ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଖଣି ସଚିବ କହିଛନ୍ତି, ରାଜ୍ୟ ସରକାରଙ୍କ ଖଣି ନିଲାମ ସଂକ୍ରାନ୍ତ ପଦକ୍ଷେପ ପ୍ରଶଂସନୀୟ। ​‌​‌ଏବର୍ଷ ରାଜ୍ୟ ସରକାର ପ୍ରାୟ ୧୭/୧୮ଟି ଖଣି ନିଲାମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଖଣି ମଧ୍ୟରେ ଲୁହାପଥର, ମାଙ୍ଗାନିଜ ଓ ଚୂନ ପଥର ଖଣି ରହିଛି। ଖଣି ଓ ଖଣିଜଦ୍ରବ୍ୟ ଉତ୍ତୋଳନ ଆଇନକୁ ଓଡ଼ିଶା ସରକାର ସଠିକ ଭାବେ କାର୍ଯ୍ୟକାରୀ କରୁଛନ୍ତି। ନୂଆ ଏମଏମଡିଆର ଆଇନ ଆସିବା ପରେ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ପରି ଅନେକ ରାଜ୍ୟ ଖଣି କାରବାରରେ ସଫଳତା ପାଇଛନ୍ତି। ନାଲକୋ ୬୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଖଣି କାରବାର କରିପାରିଛି। ଓଡ଼ିଶାରେ ଜିଲା ଖଣିଜ ପାଣ୍ଠିରେ ପ୍ରାୟ ୫ହଜାର କୋଟିରୁ ଅଧିକ ଟଙ୍କା ଅଛି। ରାଜ୍ୟ ସରକାର ଏହାର ସଠିକ ପରିଚାଳନା କରୁଥିବା ସେ ପ୍ରକାଶ କରିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories