ଇସଲାମାବାଦ : ତାଲିବାନଙ୍କ ଗଡ ଫାଦର ଭାବେ ପରିଚିତ ପାକିସ୍ତାନର ଧାର୍ମିକ ପ୍ରବକ୍ତା ମୌଲାନା ସାମିଉଲ୍ ହକ୍ (୮୨)ଙ୍କୁ ଶୁକ୍ରବାର ଗୁଳି କରି ହତ୍ୟା କରାଯାଇଛି। ସାମିଉଲଙ୍କୁ ରାୱଲପିଣ୍ଡିସ୍ଥିତ ତାଙ୍କ ଘର ଭିତରେ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଥିବା ତାଙ୍କ ପୁଅ କହିଛନ୍ତି। ସାମିଉଲ୍ ଖାଇବର ଫଖତୁଖୱା ପ୍ରଦେଶର ଆକୋରା ଖଟ୍ଟାକ ସହରରେ ଥିବା ପ୍ରମୁଖ ମଦ୍ରାସା ଦାରୁଲ ଉଲୁମ୍ ହାକାନିଆର ମୁଖ୍ୟ ଥିଲେ। ଏହା ସହିତ ଜାମିଆତ ଉଲେମା-ଇ-ଇସଲାମ-ସାମି (ଜେୟୁଆଇ-ଏସ୍) ନାମକ ରାଜନୈତିକ ଦଳର ମୁଖ୍ୟ ଥିଲେ।
Popular Categories



