www.samajalive.in
Monday, December 8, 2025
27.1 C
Bhubaneswar

୧୦ବର୍ଷରେ ମାତୃ ଓ ଶିଶୁ ମୃତ୍ୟୁହାର ୪୦%କୁ ହ୍ରାସ ପାଇଛି

ଭୁବନେଶ୍ୱର : ଶିଶୁ ମୃତ୍ୟୁହାର କମାଇବା କ୍ଷେତ୍ରରେ ପଦକ୍ଷେପ ଯୋଗୁଁ ୧୦ ବର୍ଷ ମଧ୍ୟରେ ଏହା ୬୫ ରୁ ୪୦ପ୍ରତିଶତକୁ ହ୍ରାସ ପାଇଛି। ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ସମସ୍ତ ଜିଲାରେ ୩୭ ଟି ସ୍ୱତନ୍ତ୍ର ନବଜାତ ଯତ୍ନ କେନ୍ଦ୍ର (ଏସ୍‍ଏନ୍‍ସିୟୁ) କାର୍ଯକ୍ଷମ ହୋଇଛି। ଗତବର୍ଷ ୪୬ ହଜାରରୁ ଊର୍ଦ୍ଧ୍ବ ଶିଶୁ ଏସ୍‍.ଏନ୍‍.ସି.ୟୁରେ ଚିକିତ୍ସିତ ହୋଇଛନ୍ତି। ଚଳିତ ବର୍ଷକୁ ନବଜାତ ଶିଶୁ ଯତ୍ନ ବର୍ଷ ଭାବେ ପାଳନ କରାଯିବ। ଆଜିଠାରୁ ଆରମ୍ଭ ନବଜାତ ଶିଶୁ ଯତ୍ନ ସପ୍ତାହର ରାଜ୍ୟସ୍ତରୀୟ ଉତ୍ସବରେ ଯୋଗଦେଇ ଏହାର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ନବଜାତ ଶିଶୁ ଯତ୍ନ ସପ୍ତାହ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆଶାକର୍ମୀ, ଏ.ଏନ୍‍.ଏମ୍‍, ଅଙ୍ଗନବାଡି କର୍ମୀ, ଶିକ୍ଷକ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ପଞ୍ଚାୟତ ସମିତି ସଭ୍ୟସଭ୍ୟାଙ୍କୁ ନବଜାତ ଶିଶୁ ଯତ୍ନ ସଂପର୍କରେ ସଚେତନ କରାଯିବ। ଏହି ପରିପ୍ରେକ୍ଷୀରେ ସେ ସମୟ ପୂର୍ବରୁ ତଥା କମ୍‍ ଓଜନର ଜନ୍ମିତ ଶିଶୁଙ୍କ ଚିକିତ୍ସା ଏବଂ ଯତ୍ନ ନେଇ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ନିୟୋଜିତ ଡାକ୍ତର ଓ କର୍ମଚାରୀଙ୍କୁ ତାଲିମ୍‍ ପ୍ରଦାନ ନିମନ୍ତେ ତାଲିମ୍‍ଦାତାଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଛନ୍ତି। ରାଜ୍ୟରେ ଆନୁଷ୍ଠାନିକ ପ୍ରସବ ହାର ୮୫ %ରୁ ଅଧିକ ହେଲାଣି। ଏହାକୁ ବଢାଇବାକୁ ହେବ ବୋଲି ସେ କହିଛନ୍ତି।
ବିଭାଗୀୟ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା କହିଛନ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ ବିକାଶର ପ୍ରକ୍ରିୟା ଆରମ୍ଭ ହୋଇଛି ତାକୁ ଅଧିକ କ୍ରିୟାଶୀଳ କରି ଆଗେଇ ନେବା ଆବଶ୍ୟକ। ଏ କ୍ଷେତ୍ରରେ ଡାକ୍ତର ଓ ପାରାମେଡିକ୍‍ କର୍ମଚାରୀମାନେ ନିଜର ଦକ୍ଷତା ପ୍ରତିପାଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇ ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଦିଗରେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ ‘ସମ୍ପୂର୍ଣ୍ଣା’କାର୍ଯ୍ୟକ୍ରମ କାର୍ଯ୍ୟକାରୀ କୁରଥିବା କହିଥିଲେ। ଏହା ମାଧ୍ୟମରେ ରାଜ୍ୟର ଅପହଞ୍ଚ ଇଲାକାରେ ଗର୍ଭବତୀ ଓ ରୋଗଗ୍ରସ୍ତ ଶିଶୁଙ୍କୁ ଚିହ୍ନଟ କରି ଆବଶ୍ୟକ ସ୍ଥଳେ ନିକଟସ୍ଥ ଡାକ୍ତରଖାନାକୁ ପଠାଇବା ବ୍ୟବସ୍ଥା ହୋଇଛି। ଏବେ ନବଜାତକଙ୍କ ପାଇଁ ଏସ୍‍ଏନ୍‍ସିୟୁ ବ୍ୟତୀତ ପୁଷ୍ଟିହୀନ ଶିଶୁଙ୍କ ପାଇଁ ୬୨ ଟି ପୁଷ୍ଟିସାଧନ କେନ୍ଦ୍ର କାର୍ଯ୍ୟ କରୁଛି। ସେହିପରି ୧୦୮ ଓ ୧୦୨ ସେବା ବାହାରେ ଅପହଞ୍ଚ ଇଲାକାରୁ ମହିଳା ଓ ଶିଶୁଙ୍କୁ ଚିକିତ୍ସା ପାଇଁ ଆସିବା ନିମନ୍ତେ ବାଟଖର୍ଚ୍ଚ ଦିଆଯାଉଛି। ୟୁନିସେଫର ସ୍ୱାସ୍ଥ୍ୟ ବିଶେଷଜ୍ଞ ବିବେକ ସିଂହ ଧନ୍ୟବାଦ ଦେଇ ରାଜ୍ୟରେ ମାତୃ ଓ ଶିଶୁମୃତ୍ୟୁ ହାର ହ୍ରାସ ଦିଗରେ ୟୁନିସେଫର ସହଯୋଗ ବଜାୟ ରହିବ ବୋଲି ସୂଚନା ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଏସ୍‍.ଏନ୍‍.ସି.ୟୁରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରଥମ, ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ୨ୟ ଏବଂ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ୩ୟ ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ନିଜଘରେ ଜନ୍ମିତ ଶିଶୁଙ୍କ ଯତ୍ନ କ୍ଷେତ୍ରରେ ସୁନ୍ଦରଗଡ ଜିଲାକୁ ପ୍ରଥମ, ସୋନପୁର ଜିଲାକୁ ୨ୟ ଏବଂ ବୌଦ୍ଧ ଜିଲାକୁ ୩ୟ ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ ଅନୁଷ୍ଠାନରେ ପ୍ରସବ ଗୃହର ଉନ୍ନତି କ୍ଷେତ୍ରରେ ରାଜ୍ୟ ପ୍ରମାଣୀକରଣ ପାଇଁ କଳାହାଣ୍ଡି ଓ ଢେଙ୍କାନାଳ ଜିଲାକୁ ପୁରସ୍କୃତ କରାଯାଇଛି। ଜନ୍ମ ବେଳେ ୭୫୦ ଗ୍ରାମ୍‍ରୁ କମ୍‍ ଓଜନ ଥିବା ଏବଂ ଏସ୍‍ଏନ୍‍ସିୟୁରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ଭଦ୍ରକ ଜିଲା ଚକାପୁର ଗ୍ରାମର ୧୪ ମାସର ପୁଷ୍ପାଞ୍ଜଳି ବେହେରା, ରାୟଗଡା ଡି.ଏଫଓ ଅପିସ ଲେନ୍‍-୨ର ୧୪ ମାସର ହାୟାତ କଉସର ଏବଂ କୋରାପୁଟ ବୋରିଗୁମ୍ମା ବ୍ଲକ୍‍ ପୂଜାରୀଗୁଡାର ୧୧ ମାସର ଶିଶୁ ବିନ୍ଦ୍ୟା ଗଡବାଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରାଯାଇଥିଲା। ସ୍ୱତନ୍ତ୍ର ସଚିବ ଡାଃ ବି.କେ.ବ୍ରହ୍ମା, ପରିବାର କଲ୍ୟାଣ ନିର୍ଦେଶକ ଡାଃ ଲିଙ୍ଗରାଜ ମିଶ୍ର ଏବଂ ବିଭାଗର ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories