www.samajalive.in
Sunday, December 7, 2025
15.1 C
Bhubaneswar

ଅଲିମ୍ପିକ୍‍ସ ସ୍ୱର୍ଣ୍ଣ ନ ଜିତିବା ପର୍ଯ୍ୟନ୍ତ ବକ୍ସିଂ ଛାଡ଼ିବିନାହିଁ : ମ୍ୟାରି କମ୍‍

ନୂଆଦିଲ୍ଲୀ : ଆନ୍ତର୍ଜାତିକ ବକ୍ସିଂରେ ଦୁଇ ଦଶନ୍ଧି କଟାଇବା ପରେ ମଧ୍ୟ ଏମ୍‍.ସି. ମ୍ୟାରୀ କମ୍‍ଙ୍କ କ୍ଷୁଧା ମେଣ୍ଟିନାହିଁ। ଅଲିମ୍ପିକ୍‍ସରେ ସ୍ୱର୍ଣ୍ଣପଦକ ନ ଜିତିବା ପର୍ଯ୍ୟନ୍ତ ସେ ବକ୍ସିଂରୁ ଅବସର ନେବାର ପ୍ରଶ୍ନ ଉଠୁନାହିଁ ବୋଲି ମ୍ୟାରି କମ୍‍ ଘୋଷଣା କରିଛନ୍ତି। ୬ ଥର ବିଶ୍ୱ ଚମ୍ପିଆନ୍‍ ମଣିପୁରର ଏହି ବକ୍ସର କହିଛନ୍ତି ଯେ କ୍ରୀଡ଼ା ଜୀବନ ଆରମ୍ଭରୁ ତାଙ୍କର ସ୍ୱପ୍ନ ଥିଲା ଅଲିମ୍ପିକ୍‍ସ ପରି ବିଶ୍ୱର କ୍ରୀଡ଼ା ମହାକୁମ୍ବରେ ଦେଶକୁ ସ୍ୱର୍ଣ୍ଣପଦକ ଜିତାଇବା। ତାଙ୍କର ଏହି ସ୍ୱପ୍ନ ଅଦ୍ୟାବଧି ଅପୂରଣୀୟ ରହିଛି। ତେଣୁ ଆସନ୍ତା ଅଲିମ୍ପିକ୍‍ସରେ ସ୍ୱର୍ଣ୍ଣପଦକ ଜିତିବା ପାଇଁ ସେ ପ୍ରାଣପଣେ ପ୍ରୟାସ କରିବେ। ଏଥିରେ ସଫଳ ନ ହେଲେ ସେ ବକ୍ସିଂ ଛାଡ଼ିବେନାହିଁ।
ସୂଚନାଯୋଗ୍ୟ; ମ୍ୟାରି କମ୍‍ ୨୦୧୨ ଲଣ୍ଡନ୍‍ ଅଲିମ୍ପିକ୍‍ସରେ ମହିଳା ବକ୍ସିଂର ୫୧ କେଜି ବର୍ଗରେ ବ୍ରୋଞ୍ଜ୍‍ ପଦକ ଜିତିଥିଲେ। ତେବେ ୨୦୧୬ ରିଓ ଅଲିମ୍ପିକ୍‍ସ ଲାଗି ସେ ଯୋଗ୍ୟତା ଅର୍ଜନ କରି ପାରିନଥିଲେ। ତେବେ ଗତମାସରେ ସେ ଟୋକିଓ ଅଲିମ୍ପିକ୍‍ସ ଲାଗି ଯୋଗ୍ୟତା ଅର୍ଜନ କରି ପାରିଛନ୍ତି। ଜୋର୍ଡାନ୍‍ରେ ଆୟୋଜିତ ଏସିଆ/ଓସେନିଆ ଜୋନ୍‍ରୁ ମ୍ୟାରି କମ୍‍ ଟୋକିଓ ଅଲିମ୍ପିକ୍‍ସ ଲାଗି ଯୋଗ୍ୟତା ଅର୍ଜନ କରି ପାରିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଟୋକିଓ ଅଲିମ୍ପିକ୍‍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ଫଳରେ ଏହି ଅଲିମ୍ପିକ୍‍ସରେ ଦେଶକୁ ସ୍ୱର୍ଣ୍ଣପଦକ ଜିତିବା ଲାଗି ପ୍ରସ୍ତୁତ ହେବା ଲାଗି ସେ ପୂରା ୧ ବର୍ଷ ସମୟ ପାଇଛନ୍ତି ବୋଲି ମ୍ୟାରି କମ୍‍ କହିଛନ୍ତି। ତାଙ୍କ ଅନୁସାରେ. ବିଶ୍ୱ ଚମ୍ପିଆନ୍‍ସିପ୍‍ ହେଉ ବା ଅଲିମ୍ପିକ୍‍ସ; ସ୍ୱର୍ଣ୍ଣପଦକ ଜିତିବା ଲାଗି କୌଣସି ଗୋପନ ଫର୍ମୁଲା ନାହିଁ। ତୁମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ ଏବଂ ପରାକାଷ୍ଠା ଦେଖାଇବାକୁ ପଡ଼ିବ। ଏହି ଲକ୍ଷ୍ୟରେ ମୁଁ ଆଗେଇ ଚାଲିଛି। ଜୋର୍ଡାନ୍‍ରୁ ଫେରିବା ପରେ ଲକ୍‍ଡାଉନ୍‍ ଯୋଗୁଁ ଘରୁ ବାହାରି ପାରୁନାହିଁ। ତଥାପି ଘରେ ରହି ଫିଟ୍‍ନେସ୍‍ ଅଭ୍ୟାସ କରୁଛି। ଶେଷରେ ୩୭ ବର୍ଷ ବୟସ୍କା ମ୍ୟାରି କମ୍‍ ଘରୁ ନ ବାହାରିବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories