www.samajalive.in
Tuesday, December 9, 2025
15.1 C
Bhubaneswar

ମରାଠା ଆନ୍ଦୋଳନ: ପୁଣି ଜଣଙ୍କ ଆତ୍ମହତ୍ୟା

ସୋଲାପୁର : ମହାରାଷ୍ଟ୍ରରେ ଦୀର୍ଘ ପ୍ରାୟ ଦୁଇ ସପ୍ତାହ ଧରି ଚାଲିଥିବା ମରାଠା ଆନ୍ଦୋଳନରେ ୫ମ ବ୍ୟକ୍ତି ଜୀବନ ହାରିଛନ୍ତି। ବିଦ୍‍ ଜିଲା ଅନ୍ତର୍ଗତ କେଜ୍‍ ତେହସି ଗ୍ରାମର ଅଭିଜିତ ଦେଶମୁଖ ମଙ୍ଗଳବାର ଏକ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ଏକ ଚିଠିରେ ସେ ମରାଠୀଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୬ପ୍ରତିଶତ ସଂରକ୍ଷଣକୁ ସମର୍ଥନ ପୂର୍ବକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଥିବା ଉଲ୍ଲେଖ କରିଛନ୍ତି। ତେବେ ପୁଲିସ ପକ୍ଷରୁ ଅଭିଜିତଙ୍କ ଆତ୍ମହତ୍ୟାର କାରଣ ସ୍ୱରୂପ ତାଙ୍କର ବେକାରୀ ଓ ବ୍ୟାଙ୍କ ଋଣକୁ କାରଣ ଭାବେ ଦର୍ଶାଯାଉଛି। ଅପରପକ୍ଷରେ ସଂରକ୍ଷଣ ଆନ୍ଦୋଳନ ଏବେ ସାରା ରାଜ୍ୟକୁ ବ୍ୟାପିଛି। ଆସନ୍ତା କାଲି ବୁଧବାର ମୁମ୍ବଇର ଆଜାଦ ମଇଦାନଠାରେ ଜେଲ୍‍ ଭରୋ ଆନ୍ଦୋଳନ କରାଯିବ ବୋଲି ମରାଠା କ୍ରାନ୍ତି ମଞ୍ଚ ପକ୍ଷରୁ ଘୋଷଣା କରାଯାଇଛି।
ସୋମବାର ପୁଣେରେ ହିଂସାତ୍ମକ ରୂପ ନେଇଥିବା ଆନ୍ଦୋଳନ ନିୟନ୍ତ୍ରଣକୁ ଆସିଛି। ପୁଣେ ନିକଟ ଚକନ୍‍ଠାରେ ଆନ୍ଦୋଳନକାରୀ ୪୦ଟି ବସ୍‍ ପୋନି ଦେଇଥିବାବେଳେ ୫୦ରୁ ଅଧିକ ବସ୍‍କୁ ଭାଙ୍ଗିରୁଜି ଦେଇଥିଲେ। ଔରଙ୍ଗାବାଦଠାରେ ପ୍ରମୋଦ ଜୟସିଂହ ହୋରେ ନାମକ ଯୁବକ ଟ୍ରେନ୍‍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିଲାବେଳେ ନାନ୍‍ଡେଡ୍‍ଠାରେ କାଚାରୁ କଲ୍ୟାଣେ ନାମକ ଜଣେ ଯୁବକ ଫାଶୀରେ ଝୁଲି ଜୀବନ ହାରିଥିଲେ। ଗତ ସପ୍ତାହରେ ଔରଙ୍ଗାବାଦରେ ଅନ୍ୟ ଜଣେ ଆତ୍ମହତ୍ୟା କରିଥିବାବେଳେ ନାଭି ମୁମ୍ବଇରେ ଘଟିଥିବା ହିଂସାକାଣ୍ଡରେ ଜଣେ ଆହତଙ୍କ ମୃତ୍ୟୁ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories