ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡା, ବାଲନ୍ଦା ପଡା, ସାଡୀଙ୍ଗିଆ, ପକାରୀ ଓ ସୁଟାଣି ଘକ୍ଷଟି, ଅଞ୍ଚଳରେ ମାଓବାଦୀଙ୍କୁ ଗାଁରେ ପ୍ରବେଶ ନେଇ ବାରଣ କରାଯାଇଛି। ବୌଦ୍ଧ ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ନିରୀହ ଆଦିବାସୀ ଝିଅମାନଙ୍କୁ ମାଓ ସଂଗଠନରେ ସାମିଲ କରି ଯୌନ ନିର୍ଯ୍ୟାତନା ଦେବା, ରାସ୍ତାରେ ଲ୍ୟାଣ୍ଡମାଇନ ବିଛାଇ ନିରୀହ ଲୋକଙ୍କ ଜୀବନ ନେବା, ସମସ୍ତଙ୍କୁ ବ୍ୟଥିତ କରିଛି। ନିଜର ସ୍ୱାର୍ଥ ହାସଲ ପାଇଁ ଗଂଜେଇ, କାଠମାଫିଆ, ଠିକାଦାରଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ମାଓବାଦୀ। ବହୁତ ବର୍ଷ ହେଲା ଅଞ୍ଚଳରେ ସମସ୍ୟାର ସମାଧାନ କରିବାକୁ କହି ଲୋକଙ୍କୁ କବଜା କରି ଗୁଳି ବନ୍ଧୁକ ଦେଖାଇ ଡରାଇ ଧମକାଇ ରଖିଛନ୍ତି ମାଓବାଦୀ। ଏପରିକି ପୋଲିସ ଇନଫର୍ମର କହି ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି। ହେଲେ ଏସବୁ ଅସହ୍ୟ ହେବାରୁ ଗ୍ରାମବାସୀମାନେ ମିଳିମିଶି ଶପଥ ନେବା ସହ ମାଓବାଦୀଙ୍କୁ ଗ୍ରାମରେ ପ୍ରବେଶ ନକରାଇବାକୁ ପୋଷ୍ଟର ଲଗାଇଛନ୍ତି।
Popular Categories



