www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ, ମୌସୁମୀ ବର୍ଷାରେ ନିଜକୁ ସୁସ୍ଥ ରଖିବାର ଉପାୟ

ଥଣ୍ଡା-ଗରମ ଅପେକ୍ଷା ମୌସୁମୀ ଦ୍ୱାରା ଅନେକ ରୋଗ ବ୍ୟାପିଥାଏ। ଏହାଦ୍ୱାରା ଅନେକ ରୋଗ ସଂକ୍ରମଣ ହେବାର ସମ୍ଭାବନା ମଧ୍ୟ ରହିଥାଏ। ମୌସୁମୀ ବର୍ଷା ଦିନେ ଆମେ ସର୍ବଦା ନିଜକୁ ସଚେତନ ରଖିବା ଉଚିତ। କାରଣ ଏହିିଦିନେ ରୋଗ ପ୍ରତିରୋଧକ ଶକ୍ତି କମ ହେବାରୁ ଶୀଘ୍ର ଦେହ ଖରାପ ହୋଇଯାଏ। ଆସନ୍ତୁ ଜାଣିବା ମୌସୁମୀ ବର୍ଷା ଦିନେ ନିଜକୁ କିପରି ରୋଗମୁକ୍ତ ରଖିବା ..ରୋଗମୁକ୍ତ ରଖିବାର ଉପାୟ:
ଏପରି କିଛି ଖାଦ୍ୟ ଖାଆନ୍ତୁ ନାହିଁ, ଯାହାଦ୍ୱାରା ପାଚନ କ୍ରିୟାରେ ସମସ୍ୟା ସୃଷ୍ଟି ହେବ। ବିଶେଷ କରି ରାଜମା, ମଟର, କୋବି, ଭେଣ୍ଡି ଓ ଆମିଷ ଖାଆନ୍ତୁ ନାହିଁ।
ଅଧିକ ବ୍ୟାୟାମ କରନ୍ତୁ ନାହିଁ।
ମଦ୍ୟପାନ ଓ ଧୂମପାନ ଠାରୁ ଦୂରେଇ ରୁହନ୍ତୁ।ଏହିଦିନରେ ପାଣିକୁ ଫୁଟାଇ ଥଣ୍ଡା କରି ପିଅନ୍ତୁ। ଅଳ୍ପ ଉଷୁମ ପାଣି ମଧ୍ୟ ପିଇ ପାରିବେ।
ଏହିଦିନରେ ସକାଳେ ରସୁଣ ଦୁଇଟି କୋଲା ଖାଆନ୍ତୁ। ଏହା ସାଧାରଣ ଥଣ୍ଡା ଓ ଜ୍ୱର ହେବାରୁ ରକ୍ଷା କରିଥାଏ।
ଭିଟାମିନ- ସି ଓ ଡି ଥିବା ଖାଦ୍ୟ ଠିକ ପରିମାଣରେ ଖାଆନ୍ତୁ। ସକାଳର ସୂର୍ଯ୍ୟ କିରଣରୁ ଆମେ ଭିଟାମିନ ଡି ପାଇଥାଉ ତେଣୁ ଏଥିରେ କିଛି ସମୟ ବସନ୍ତୁ।କ୍ଷୀର ଚାହାରେ ଅଦା ଓ ହଳଦୀ ପକାଇ ପିଅନ୍ତୁ। ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।
ଏହି ସମସ୍ତ ଉପାୟ କରିବା ଦ୍ୱାରା ଆମେ ମୌସୁମୀ ବର୍ଷାରେ ନିଜକୁ ସୁସ୍ଥ ରଖିପାରିବା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories