www.samajalive.in
Tuesday, December 9, 2025
17.1 C
Bhubaneswar

ମୋଦୀ ପ୍ରଧାନମନ୍ତ୍ରୀ ପଦର ଗରିମା ରକ୍ଷା କରନ୍ତୁ: ମନମୋହନ ସିଂହ

ନୂଆଦିଲ୍ଲୀ: ବେଶର ବିଭିନ୍ନ ଅଞ୍ଚଳ ଗସ୍ତ ଓ ଜନସାଧାରଣଙ୍କୁ ଉଦ୍‍ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନିଜର ପଦର ଗରିମା ରକ୍ଷା କରନ୍ତୁ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ମନମୋହନ ସିଂହ ପରାମର୍ଶ ଦେଇଛନ୍ତି।
ଡ. ସିଂହ କହିଛନ୍ତି ଯେ ଅଣବିଜେପି ଶାସିତ ରାଜ୍ୟକୁ ଯିବା ବେଳେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶବ୍ଦ ବ୍ୟବହାରରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଏବେ ରାଜନୀତିରେ କୁତ୍ସାରଟନା ପରମ୍ପରା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଏହି ପରମ୍ପରାରୁ ଦୂରେଇ ରହିବା ଉଚିତ। ସେ ଗୋଟିଏ ଅଞ୍ଚଳର ନୁହେଁ ବରଂ ସମଗ୍ର ଦେଶର ପ୍ରତିନିଧିତ୍ୱ କରୁଛନ୍ତି। ତେଣୁ ସମସ୍ତଙ୍କ ପ୍ରତି ସମଭାବାପନ୍ନ ମତପୋଷଣ କରିବା ଆବଶ୍ୟକ।
ସୂଚନାଯୋଗ୍ୟ, ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଅବସରରେ ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତିଆରୋପ ଜୋର ଧରିଛି। ନରେନ୍ଦ୍ର ମୋଦୀ ଚାରି ବର୍ଷରେ କଣ କରିଛନ୍ତି ତାହାର ହିସାବ ଦିଅନ୍ତୁ ବୋଲି କଂଗ୍ରେସ ପ୍ରଶ୍ନ କରିଥିବାବେଳେ ତାହାର ଉତ୍ତରରେ ମୋଦୀ କହିଥିଲେ ଯେ ନେହରୁ-ଗାନ୍ଧୀ ପରିବାର ୪ ପିଢ଼ି ଧରି ଏ ଦେଶକୁ ଶାସନ କରିଛନ୍ତି। ସେମାନେ କଣ କରିଛନ୍ତି ଆଗ ହିସାବ ଦିଅନ୍ତୁ, ତା’ ପରେ ଆମକୁ ହିସାବ ମାଗିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories