www.samajalive.in
Monday, December 8, 2025
27.1 C
Bhubaneswar

ଚିକିଟିରେ ମନରେଗା : ଶ୍ରମିକ ବଦଳରେ ମେସିନ କରୁଛି କାମ

ଚିକିଟି : କରୋନା ସମୟରେ ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବା ପାଇଁ ସରକାର ମନରେଗା ଯୋଜନାକୁ ଅଧିକ କ୍ରିୟାଶୀଳ କରିଛନ୍ତି। ହେଲେ ତୃଣମୂଳ ସ୍ତରରେ ତାର ଓଲଟା କାମ ହେଉଛି। ମଣିଷ ବଦଳରେ ମେସିନ କାମ କରୁଥିବା ନଜରକୁ ଆସୁଛି। ଏପରି ଏକ ଅଭିଯୋଗ ଆସିଛି ଚିକିଟି ବ୍ଲକ ଗୋବିନ୍ଦନଗର ପଞ୍ଚାୟତର କିଶୋରଚନ୍ଦ୍ର ପୁର ଗ୍ରାମରୁ । ଅଭିଯୋଗ ପ୍ରକାରେ ଗ୍ରାମ ପୋଖରୀକୁ ମନରେଗା ଯୋଜନା ଜରିଆରେ ଖୋଲିବା ପାଇଁ ମଞ୍ଜୁର ହୋଇଛି କିନ୍ତୁ ଏହି ପୋଖରୀରେ ମଣିଷ ବଦଳରେ ମେସିନ କାମ କରୁଛି। ଜେସିବିରେ ମାଟି ଖୋଳି ଟ୍ରାକ୍ଟର ଯୋଗେ ମାଟି ବୁହା ଯାଉଥିବା ଭିଡିଓ ଚିତ୍ର ଉତ୍ତୋଳନ କରି ବିଜେପି ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରା ଜିଲାପାଳ ଓ ବିଡ଼ିଓଙ୍କୁ ଅଭିଯୋଗ କରିଛନ୍ତି। ଅପରାହ୍ନରେ ବିଡ଼ିଓ ଓ ସହକାରୀ ଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏନେଇ ଏଇ ସୁଶାନ୍ତ କୁମାର ପଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସେହି ପୋଖରୀରେ ମେସିନ ଲାଗିନି, ମେସିନ ଲାଗିଥବା ସ୍ଥଳ ସେହି ଜାଗାର ନୁହେଁ ବୋଲି କହିଛନ୍ତି। ଗୋଟିଏ ପଟେ ବିଜେପି ନେତାଙ୍କ ଘଟଣା ସ୍ଥଳରୁ ଭିଡିଓ ଚିତ୍ର ଉତ୍ତୋଳନ ଓ ଅନ୍ୟପଟେ ସହକାରୀ ଯନ୍ତ୍ରୀଙ୍କ ଅସ୍ବୀକାର ଘଟଣାକୁ ରୋଚକ ମୋଡ଼ କରିଛି। ଏହାର ଭିଜିଲାନସ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ମନୋରଞ୍ଜନ ଦାବି କରିଛନ୍ତି ନଚେତ ଏହାକୁ ନେଇ ବିଜେପି ରାଜରାସ୍ତାକୁ ଆସିବ ବୋଲି କହିଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories