www.samajalive.in
Sunday, December 7, 2025
15.1 C
Bhubaneswar

ବାତ୍ୟା ‘ୟସ’ ପ୍ରଭାବିତ ଅଞ୍ଚଳରେ ଶୀଘ୍ର ପୁନରୁଦ୍ଧାର ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବାତ୍ୟା ‘ୟସ’ ପ୍ରଭାବିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀଘ୍ର ପୁନରୁଦ୍ଧାର ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ବର୍ତ୍ତମାନ ଓଡ୍ରାଫ୍‌ କର୍ମଚାରୀମାନେ ପାରାଦୀପ ମୁନିସିପାଲିଟି ଅଞ୍ଚଳରେ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟରେ ଏବଂ ବାଲେଶ୍ୱରର ସିମୁଳିଆ ଅଞ୍ଚଳରେ ରାସ୍ତା ଅବରୋଧ ହଟାଇବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ସ୍ୱାଭାବିକତା ଫେରାଇ ଆଣିବା ଉଦେଶ୍ୟରେ ମୟୂରଭଞ୍ଜ ଜିଲାର ମୋରଡ଼ା, ରାସଗୋବିନ୍ଦପୁର ଏବଂ ବେତନଟୀ ଅଞ୍ଚଳରେ ପଡ଼ିଥିବା ଗଛଗୁଡ଼ିକୁ ହଟାଇ ରାସ୍ତା ପରିଷ୍କାର କରିବା କାର୍ଯ୍ୟ ପୂରା ଦମ୍‌ରେ ଚାଲିଛି। ରାଜ୍ୟରେ ବାତ୍ୟା ‘ୟାସ୍‌’ ପ୍ରଭାବିତ ଅଞ୍ଚଳରେ ସ୍ୱାଭାବିକ ଅବସ୍ଥା ସୁନିଶ୍ଚିତ କରିବା ପାଇଁ ପୁନରୁଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି।ବାଲେଶ୍ୱରପୂର୍ତ୍ତ ବିଭାଗ, ତ୍ୱରିତ ପ୍ରତିକ୍ରିୟା ଦଳ(କୁଇକ୍‌ ରେସ୍‌ପନ୍ସ ଟିମ୍‌) ଏବଂ ଓଡ୍ରାଫ୍‌ ଦଳ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ପଡ଼ିଥିବା ଗଛଗୁଡ଼ିକୁ ହଟାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

 

- Advertisement -

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇସ୍ଥିତ ମଣିକୁନବା ଗ୍ରାମପଞ୍ଚାୟତରେ ରାସ୍ତା ଅବରୋଧ ହଟାଇବା କାର୍ଯ୍ୟକୁ ଓଡ୍ରାଫ୍‌ ଏବଂ ଓଡ଼ିଶା ଅଗ୍ନିଶମ ସେବା କର୍ମଚାରୀମାନେ ତ୍ୱରାନ୍ୱିତ କରିଛନ୍ତି। ଅଗ୍ନିଶମ ସେବା, ଗୃହରକ୍ଷୀ ବାହିନୀ ଏବଂ ବେସାମରିକ ପ୍ରତିରକ୍ଷା କର୍ମଚାରୀମାନେ ବାତ୍ୟା ‘ୟସ’ ପ୍ରଭାବିତ ରାଜ୍ୟର ବିିଭିନ୍ନ ଜିଲାମାନଙ୍କରେ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧାକାଳୀନ ଭିତ୍ତିରେ ସମ୍ପାଦନ କରୁଛନ୍ତି। ଓଡ଼ିଶା ପୋଲିସ ଏବଂ ଓଡ୍ରାଫ୍‌ର କର୍ମଚାରୀମାନେ ଭଦ୍ରକ ସହରରେ ଖୁବ୍‌ଶୀଘ୍ର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ସେମାନଙ୍କ ଉଦ୍ୟମ ଜାରି ରଖିଛନ୍ତି।
ମୁଖ୍ୟମନ୍ତ୍ରୀ ରାତ୍ରିକାଳୀନ ସାହସିକ ଉଦ୍ଧାର କାର୍ଯ୍ୟ ଦ୍ୱାରା ନଦୀରେ ବୁଡ଼ି ଯାଉଥିବା ଡଙ୍ଗାରୁ ୧୦ ଜଣଙ୍କୁ ଉଦ୍ଧାର କରିଥିବାରୁ ଏନ୍‌ଡିଆର୍‌ଏଫ୍‌ ଏବଂ ଏରସମାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତ୍ୱରିତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏଭଳି ସାହସିକତା ବାସ୍ତବିକ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories