www.samajalive.in
Sunday, December 7, 2025
15.1 C
Bhubaneswar

ସରକାରୀ ଚାକିରି ମିଳିବା ପରେ ବଦଳିଗଲେ ସ୍ତ୍ରୀ, ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କଲେ ସ୍ଵାମୀ

ସମାଜ ଡିଜିଟାଲ ଡେସ୍କ: ଇଞ୍ଜିନିୟର ଯୁବକଙ୍କୁ ଭଲ ପାଇଲେ। ୭ବର୍ଷର ପ୍ରେମ ସମ୍ପର୍କ ପରେ ତାଙ୍କୁ ବିବାହ କଲେ। ଉଭୟଙ୍କ ବୈବାହିକ ଜୀବନ ଠିକଠାକ ଚାଲିଲା। ହେଲେ ନିଜେ ଯେତେବେଳେ ସରକାରୀ ଚାକିରି ପାଇଲେ, ସେତେବେଳେ ମନ ବଦଳିଗଲା। ବାପ ଘର କଥାରେ ପଡ଼ି ସ୍ଵାମୀକୁ ନିର୍ଯାତନା ଦେଲେ। ଶେଷରେ ସ୍ଵାମୀ ଆତ୍ମହତ୍ୟା କରିଦେଲେ। ସ୍ତ୍ରୀ ନିର୍ଯାତନାର ଶିକାର ହୋଇ ସ୍ଵାମୀ ଆତ୍ମହତ୍ୟା କରିବା ଭଳି ପୁଣି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶରୁ।

ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ​‌ହେଉଛନ୍ତି ଇଟାଓ୍ବା ଜିଲାର ମୋହିତ ଯାଦବ। ସେ ଜୀବନ ହାରିବା ପୂର୍ବରୁ ଏକ ଭିଡିଓ କରିଥିଲେ। ସେଥିରେ ସେ କହିଛନ୍ତି, ‘ଆପଣମାନଙ୍କୁ ଏହି ଭିଡିଓ ମିଳିବା ବେଳକୁ ମୁଁ ଆଉ ଦୁନିଆରେ ନ ଥିବି। କୌଣସି ପୁରୁଷଙ୍କ ପାଇଁ ଯଦି କିଛି ଆଇନ ଥାଆନ୍ତା ତା’ହେଲେ ସେ ଆଜି ଏଭଳି ପଦକ୍ଷେପ ନେଇ ନ ଥାନ୍ତେ। ନିଜର ସ୍ତ୍ରୀ ଏବଂ ଶ୍ଵଶୁରଘର ଲୋକଙ୍କଠାରୁ ମିଳୁଥିବା ମାନସିକ ନିର୍ଯାତନାକୁ ଆଉ ସହିପାରୁ ନାହିଁ। ସେଥିପାଇଁ ଜୀବନ ହାରିବାକୁ ଯାଉଛି। ବାପା ଓ ମା’ ମୋତେ କ୍ଷମା କରିଦେବ।’

- Advertisement -

ସୂଚନା ଅନୁସାରେ, ମୋହିତ ଏକ ସିମେଣ୍ଟ କାରଖାନାରେ ଫିଲ୍ଡ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଇଟାଓ୍ବା ଜିଲାର ଦିବିୟାପୁର ଗ୍ରାମରେ ତାଙ୍କ ଘର। ଭିଡିଓରେ ମୋହିତ କହିଛନ୍ତି ଯେ, ସେ ବିହାରର ପ୍ରିୟା ଯାଦବ ନାମ୍ନୀ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ସବୁକିଛି ଠିକ୍‌ ଠାକ୍‌ ଥିଲା। ବିବାହର ୩ ମାସ ପରେ ପ୍ରିୟା ବିହାରର ସମସ୍ତୀପୁରରେ ପ୍ରାଥମିକ ଶିକ୍ଷକ ଚାକିରି ପାଇଲେ। ଏହାପରଠାରୁ ପ୍ରିୟାଙ୍କ ସ୍ଵଭାବ ବଦଳିଗଲା। ନିଜ ମା’ ଏବଂ ଭାଇଙ୍କ କଥାରେ ସେ ସ୍ଵାମୀଙ୍କୁ ମାନସିକ ନିର୍ଯାତନା ଦେବା ଆରମ୍ଭ କଲେ। ପରିବାରଠାରୁ ତାଙ୍କୁ ଅଲଗା କରିଦେଲେ। ତାଙ୍କ କୋଠା, ଜମିବାଡ଼ି ନିଜ ନାମରେ କରିବାକୁ ଚାପ ପକାଇବାରେ ଲାଗିଲେ। ଏପରି କି ସେ ରାଜି ନ ହେବାରୁ ପ୍ରିୟାଙ୍କ ମା’ ତାଙ୍କ ଗର୍ଭପାତ କରାଇଥିଲେ। ସ୍ତ୍ରୀ ତାଙ୍କୁ ଧମକ ଦେଉଥିଲେ ଯେ, ଯଦି ସେ କୋଠା ଏବଂ ଜମିବାଡ଼ି ତାଙ୍କ ନାମରେ ନ କରନ୍ତି, ତେବେ ତାଙ୍କୁ ଯୌତୁକ ନିର୍ଯାତନା ମାମଲାରେ ଫସାଇଦେବେ। ତେଣୁ ଏସବୁ ପାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଥିବା କହିଛନ୍ତି ମୋହିତ।

ପୁଲିସ ଭିଡିଓ ପାଇବା ପରେ ଘଟଣାର ଖୋଳତାଡ଼ କରୁଛି। ମୃତହେଦ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories