www.samajalive.in
Tuesday, December 9, 2025
16.1 C
Bhubaneswar

ମମତା ପୁନର୍ବାର ଟିଏମ୍‌ସି ଅଧ୍ୟକ୍ଷ ନିର୍ବାଚିତ : ୟୁପି ନିର୍ବାଚନରେ ଅଖିଳେଶଙ୍କୁ ସମର୍ଥନ କରିବେ

କଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ତୃଣମୂଳ କଂଗ୍ରେସ ପକ୍ଷରୁ ଦୀର୍ଘ ୫ ବର୍ଷ ପରେ ସାଙ୍ଗଠନିକ ନିର୍ବାଚନ ହୋଇଥିଲା ଏବଂ ଏହାର ଫଳାଫଳ ବୁଧବାର ସାମ୍ନାକୁ ଆସିଛି। ଟିଏମ୍‌ସି ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀଙ୍କ ସୂଚନା ଅନୁସାରେ ଅନ୍ୟ କେହି ନେତା ଏହି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା ନ କରିବାରୁ ମମତା ପୁଣି ଥରେ ଦଳର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ମମତା କହିଛନ୍ତି ଯେ ସେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ। ଫେବୃଆରୀ ୮ରେ ସେ ଉତ୍ତରପ୍ରଦେଶ ଯାଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମର୍ଥନରେ ପ୍ରଚାର କରିବେ। ତେବେ ୨୦୨୪ ଲୋକସଭା ନିର୍ବାଚନରେ ଟିଏମ୍‌ସି ଉତ୍ତରପ୍ରଦେଶରେ ପ୍ରାର୍ଥୀ ଦେବ ବୋଲି ମମତା ଘୋଷଣା କରିଛନ୍ତି। ପ୍ରଥମେ ପଶ୍ଚିମବଙ୍ଗର ଲୋକମାନେ ଟିଏମ୍‌ସିକୁ ଆପଣାଇ ଥିଲେ। ଆଗାମୀ ଦିନରେ ଟିଏମ୍‌ସି ଦେଶର ଅନ୍ୟ ରାଜ୍ୟଗୁଡ଼ିକୁ ପରିବ୍ୟାପ୍ତ ହେବାକୁ ଲକ୍ଷ୍ୟ ରଖିଛି। ଗୋଆରେ ଟିଏମ୍‌ସି ୟୁନିଟ୍‌ ପ୍ରସ୍ତୁତ ହୋଇସାରିଛି ବୋଲି ମମତା କହିଛନ୍ତି। ସମଗ୍ର ଦେଶରେ ବିଜେପିକୁ ପ୍ରତିହତ କରିବା ଆମର ପ୍ରଥମ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ଏଥିପାଇଁ ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ପଡ଼ିବ ବୋଲି ସେ ଦଳୀୟ କର୍ମୀଙ୍କୁ କହିଛନ୍ତି। ସେ କହିଛନ୍ତି ଆମେ ଯଦି ୩୪ ବର୍ଷ ପରେ ପଶ୍ଚିମବଙ୍ଗରୁ ବାମ ଦଳକୁ ପ୍ରତିହତ କରିବାକୁ ସକ୍ଷମ ହେଲୁ ତେବେ କଠିନ ପରିଶ୍ରମ ବଳରେ ସାରା ଦେଶରେ ବିଜେପିକୁ ପ୍ରତିହତ କରିବାକୁ ସଫଳ ହେବୁ। ଏହି ଅବସରରେ ​‌େ​‌ସ ପଦ୍ମ ପୁରସ୍କାର ପ୍ରସଙ୍ଗ ଓ କେନ୍ଦ୍ର ବଜେଟ୍‌ ୨୦୨୨ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପଞ୍ଜାବ ଓ ମେଘାଳୟରେ ବିଜେପିକୁ ସୁହାଇବା ଭଳି କାର୍ଯ୍ୟ କଂଗ୍ରେସ କରିବା ଦୁଃଖର ବିଷୟ ବୋଲି ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories