www.samajalive.in
Monday, December 8, 2025
27.1 C
Bhubaneswar

ଆଦିବାସୀ ମହିଳାଙ୍କ ପାଇଁ ବୃଦ୍ଧି ହେଲା ମମତା ମିଆଦ

ଭୁବନେଶ୍ୱର: ରାଜ୍ୟ ସରକାର ଆଦିବାସୀ ମହିଳାଙ୍କ କ୍ଷେତ୍ରରେ ମମତା ଯୋଜନା ଅନ୍ତର୍ଗତ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଯୋଜନାକୁ ଆହୁରି ୫ ବର୍ଷ ବୃଦ୍ଧି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସାଧାରଣ ବର୍ଗର ମହିଳା ୨ଟି ସନ୍ତାନ ପର୍ଯ୍ୟନ୍ତ ଏହି ସୁବିଧା ପାଉଥିବାବେଳେ ଆଦିବାସୀ ମହିଳାଙ୍କ କ୍ଷେତ୍ରରେ ଏହି ନିୟମ କୋହଳ କରାଯାଇଛି। ୨୦୧୪ରୁ ୫ ବର୍ଷ ପାଇଁ ଏହି ଯୋଜନା ଥିବାବେଳେ ଏହାକୁ ୨୦୨୪ ମସିହା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ସୂଚନା ଦେଇଛି।

୨୦୧୮ ମସିହାରେ ରାଜ୍ୟ ସରକାର ଏହି ଯୋଜନାରେ ସଂଶୋଧନ କରି ଆଦିବାସୀ ମହିଳା ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ଏହି ସୁବିଧା ପାଇବା ବ୍ୟବସ୍ଥା କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ରାଜ୍ୟ ସରକାର ୨୦୧୧ ମସିହାରେ ମମତା ଯୋଜନା ଆରମ୍ଭ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories