www.samajalive.in
Tuesday, December 9, 2025
17.1 C
Bhubaneswar

ମମତାଙ୍କ ଫଟୋ ପ୍ରଘଟ ମାମଲା; ପ୍ରିୟଙ୍କାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ପ୍ରଘଟ କରିବା ଘଟଣାରେ ବିଜେପି କର୍ମୀ ପ୍ରୟଙ୍କା ଶର୍ମାଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଇନ୍ଦୁ ବାନାର୍ଜୀ ଓ ସଂଜୀବ ଖାନାଙ୍କ ଦୁଇଜଣିଆ ଖଣ୍ଡପୀଠରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହାସହ ସୁପ୍ରିମକୋର୍ଟ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବାକୁ ମଧ୍ୟ ପ୍ରିୟଙ୍କାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଶନିବାର ପ୍ରିୟଙ୍କା ମମତା ବାନାର୍ଜୀଙ୍କ ଏକ ଫଟୋକୁ ପ୍ରଘଟ କରି ଫେସବୁକରେ ସେୟାର କରିଥିଲେ। ଏହି ଫଟୋରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମେଟ ଗାଲାରେ ଯାଇଥିବା ଏକ ଫଟୋକୁ ଏଡିଟ କରି ମମତାଙ୍କ ଫଟୋ ଲଗାଇଥିଲେ। ଏହାକୁ ନେଇ ମମତା ବାନାର୍ଜୀ ପଶ୍ଚିମବଙ୍ଗ ସାଇବର ସେଲରେ ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ପରେ ପ୍ରିୟଙ୍କା ଜାମିନ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories