www.samajalive.in
Tuesday, December 9, 2025
17.1 C
Bhubaneswar

ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଅନୁଦାନ ବନ୍ଦ, ଉପାନ୍ତରେ ଭୁଶୁଡ଼ିଲା ବିକାଶର ପାହାଡ଼

ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଅଞ୍ଚଳରେ ସରକାରଙ୍କ ବହୁ ଯୋଜନା କାର୍ଯ୍ୟକାରୀ ହେଉଛି। ଯୋଜନା ଆରମ୍ଭ ପରେ ହଠାତ୍‌ ଅନୁଦାନ ବନ୍ଦ ବିକାଶକୁ ବାଟବଣା କରିଛି। ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ମୌଳିକ ସୁବିଧା ପାଇବା ଉଦେଶ୍ୟରେ ଗୋପବନ୍ଧୁ ଗ୍ରାମୀଣ ଯୋଜନା ଆରମ୍ଭ ହୋଇଥିଲା। ଜନଜାତିଙ୍କୁ ବିଜୁଳି, ସଡ଼କ ଓ ପାନୀୟଜଳ ଯୋଗାଇବା ଉକ୍ତ ଯୋଜନାର ଉଦେଶ୍ୟ ରହିଥିଲା। ଗତ ଦୁଇବର୍ଷ ହେବ ଏହି ଯୋଜନା ମାଲକାନଗିରି ଭଳି ଆଦିବାସୀ ଜିଲାରେ ବନ୍ଦ ହୋଇଛି। ଟଙ୍କାଟିଏ ବି ଅନୁଦାନ ଆସି ନ ଥିବା ବେଳେ ଅପହଞ୍ଚ ଅଞ୍ଚଳରେ ବିକାଶ ଓ ଉନ୍ନୟନ କାର୍ଯ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯୋଜନା ବନ୍ଦ ପରେ ଏହି ଅଞ୍ଚଳରେ ବିକାଶର ପାହାଡ ଭୁଶୁଡି ପଡିଲା ପରି ମନେ ହେଉଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୫ରେ ମାଲକାନଗିରି ଜିଲାରେ ଉକ୍ତ ଯୋଜନା ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସାତ ବ୍ଲକ ପାଇଁ ୧୭ କୋଟି ୫୩ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା। ସଡକ ନିର୍ମାଣ ପାଇଁ ୧୩ କୋଟି ୪୨ ଲକ୍ଷ, ପାନୀୟଜଳ ପାଇଁ ଏକ କୋଟି ୯୨ ଲକ୍ଷ ଏବଂ ବିଜୁଳି ଉନ୍ନତି ପାଇଁ ୨ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଶତ ପ୍ରତିଶତ କାମ ସରିଥିଲା। ଲୋକଙ୍କ ନିକଟରେ ଏହାର ସୁବିଧା ପହଞ୍ଚିଥିଲା। ୨୦୧୬-୧୭ରେ ମଧ୍ୟ ୨୬ କୋଟି ୯୮ ଲକ୍ଷ ଅନୁଦାନ ଦିଆଯାଇଥିଲା। ସଡକ ପାଇଁ ୧୩ କୋଟି ୮୪ ଲକ୍ଷ, ପାନୀୟ ଜଳ ପାଇଁ ୮ କୋଟି ୧୪ ଲକ୍ଷ, ବିଜୁଳି ପାଇଁ ୪ କୋଟି ୯୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୭-୧୮ରେ ୮ କୋଟି ୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ସେଥିରୁ ବିଜୁଳି ପାଇଁ ୧ କୋଟି ୮୨ ଲକ୍ଷ, ସଡକ ପାଇଁ ୩ କୋଟି ୫୯ ଲକ୍ଷ, ପାନୀୟ ଜଳ ପାଇଁ ୨ କୋଟି ୬୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ସର୍ବମୋଟ ୩ ବର୍ଷ ମଧ୍ୟରେ ପ୍ରାୟ ୫୨ କୋଟି ୬୨ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା। ମାଥିଲି, ମାଲକାନଗିରି, ପଡ଼ିଆ, କାଲିମେଳା, କୋରୁକୋଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, ଭଳିି ବ୍ଲକର ୧୧୧ ପଞ୍ଚାୟତରେ ଏହି ଅନୁଦାନ ଖର୍ଚ୍ଚ କରାଯାଇଥିଲା। ହଠାତ୍‌ ଏହି ଅନୁଦାନ ବନ୍ଦ ହୋଇଯିବାରୁ ବିକାଶ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ପୁନର୍ବାର ଏହି ଯୋଜନା ଆରମ୍ଭ କରିବା ପାଇଁ ବିଭିନ୍ନ ମହଲରେ ଦାବି ଜୋର ଧରିଛି।

- Advertisement -

୨୦୦୭ରୁ ଯୋଜନା ଆରମ୍ଭ କରାଯାଇଥିବା ବେଳେ ମାଲକାନଗିରିରେ କିନ୍ତୁ ୨୦୧୫ଠାରୁ ଯୋଜନା ଅନୁଦାନ ଆସିଥିଲା। ଏ ସମ୍ପର୍କରେ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ (ଅର୍ଥ ବିଭାଗ) ମାନସ ମିଶ୍ରଙ୍କୁ ପଚାରିବାରୁ ୨୦୧୫ ଯାଏଁ କେନ୍ଦ୍ର ସରକାରଙ୍କ ବିଆର୍‌ଜିଏଫ ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠିରୁ ଜିଲାର ବିକାଶ ନିମନ୍ତେ ଅନୁଦାନ ଆସୁଥିଲା। କେନ୍ଦ୍ର ସରକାରଙ୍କ ଏହି ଯୋଜନା ବନ୍ଦ ହୋଇଯିବା ପରେ ଗୋପବନ୍ଧୁ ଗ୍ରାମୀଣ ଯୋାଜନାରେ ତିନି ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ଦିଆଯାଇଛି।
ସମସ୍ତ ଅନୁଦାନରେ ଜିଲାର ବିଜୁଳି, ସଡ଼କ ଓ ପାନୀୟ ଜଳର ବିକାଶ କରାଯାଇଥିଲା ବୋଲି ସେ କହିଛନ୍ତି। ମାଲକାନଗିରି ଭଳି ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନାଗମନ, ପାନୀୟ ଜଳ, ଜଳସେଚନ ଭଳି ମୌଳିକ ସୁବିଧାରେ ଏବେ ବି ବହୁ ଅଞ୍ଚଳ ବିକାଶଧାରାରେ ପଛରେ ପଡିଛି। ସରକାରଙ୍କ ପକ୍ଷରୁ ଅନୁଦାନର ଅଭାବ ନ ଥିବା କହୁଥିବାବେଳେ ଜନକଲ୍ୟାଣକାରୀ ଉନ୍ନତିମୂଳକ ଯୋଜନା ଗୋପବନ୍ଧୁଙ୍କ ନାମରେ ଆରମ୍ଭ କରାଯାଇଥିଲା। ତାହା ବନ୍ଦ କରା ଯାଇଥିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories