www.samajalive.in
Tuesday, December 9, 2025
16.1 C
Bhubaneswar

ରାଜ୍ୟ ସଂଗ୍ରହାଳୟ ଖୋଲିବାକୁ ଫିଟୁନି ବାଟ; ଏସ୍‌ଆରସିଙ୍କ ନିକଟରେ ଅଟକିଛି ଫାଇଲ, ସଂସ୍କୃତି ବିଭାଗ ନିରବ

ଭୁବନେଶ୍ବର: କରୋନା ସଂକ୍ରମଣ କମିଲା। ଏନେଇ ଜାରି କରାଯାଇଥିବା ନିୟମକୁ କୋହଳ କରାଗଲା। ରାଜ୍ୟରେ ବିଦ୍ୟାଳୟ ଖୋଲିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଲା। ପ୍ରେକ୍ଷାଳୟରେ ବସି ଦର୍ଶକ ଚଳଚ୍ଚିତ୍ର ଦେଖିଲେ। ସର୍ବୋପରି ରାଜ୍ୟ ଜନଜାତି ସଂଗ୍ରହାଳୟ ଖୋଲିଥିବାବେଳେ ରାଜ୍ୟ ସଂଗ୍ରହାଳୟ ଖୋଲିବା ନେଇ ଏବେବି ଦ୍ବନ୍ଦ୍ବ ରହିଛି। ଏହା କେବେ ଖୋଲିବ ତାହା ଏଯାବତ୍‌ ଜଣାପଡି ନ ଥିବାବେଳେ ଏସ୍‌ଆରସିଙ୍କ ନିକଟରେ ଫାଇଲ ଅଟିକିଛି। ଏଣେ ସଂସ୍କୃତ ବିଭାଗ ରାଜ୍ୟ ସରକାରଙ୍କୁ ଚିଠି ଲେଖି ନିରବ ବସିଛି।

ପ୍ରାଚୀନ କଳିଙ୍ଗର ଇତିହାସ ତଥା ଇତିବୃତ୍ତ ସାଉଁଟି ଧରିଛି ରାଜ୍ୟ ସଂଗ୍ରହାଳୟ। ଏହାର ଝଲକ୍ ପାଇବାକୁ ଦୈନିକ ଶହଶହ ପର୍ଯ୍ୟଟକ ଆସୁଛନ୍ତି। ୨୦୧୯ରେ ରାଜ୍ୟ ସଂଗ୍ରହାଳୟକୁ ଆସିଥିଲେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ। ବିଶେଷ କରି ଚଳଚ୍ଚିତ୍ର, ପୋଥି ଏବଂ ପାଇକ ଗ୍ୟାଲେରୀ ଅଧିକ ସଂଖ୍ୟକ ପର୍ଯ୍ୟଟକ ପରିଦର୍ଶନ କରିଥିଲେ। ୨୦୧୯ ଜାନୁଆରୀ ମାସରୁ ଡିସେମ୍ବର ସୁଦ୍ଧା ପ୍ରାୟ ୧ ଲକ୍ଷ ୪୦ ହଜାର ପର୍ଯ୍ୟଟକ ପରିଦର୍ଶନ କରିଥିଲେ। ଏଥିରେ ୮୦୦ ବିଦେଶୀ ପର୍ଯ୍ୟଟକ ମଧ୍ୟ ଥିଲେ। କିନ୍ତୁ ୨୦୨୦ରେ ଦୁଇମାସ ବ୍ୟତୀତ କରୋନା ପାଇଁ ସଂଗ୍ରହାଳୟ ବନ୍ଦ ରହିଛି। ପର୍ଯ୍ୟଟକ ନ ଆସିବା ଯୋଗୁଁ ରାଜସ୍ବ ହାନି ହୋଇଛି।

- Advertisement -

ସଂଗ୍ରହାଳୟ ଖୋଲିବା ନେଇ ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ରଞ୍ଜନ ଦାସ କହିଛନ୍ତି ସଂଗ୍ରହାଳୟ ଖୋଲିବା ପାଇଁ ସରକାରଙ୍କୁ ଚିଠି ଲେଖାଯାଇଛି। ସେଠାରୁ ଅନୁମତି ମିଳି‌େ‌ଲ ଏହା ଖୋଲାଯିବ।

ଇତିମଧ୍ୟରେ ସଂଗ୍ରହାଳୟ ଏହାର ଅଧୁରା ଥିବା କାର୍ଯ୍ୟକୁ ଶେଷ ସ୍ପର୍ଶ ଦେଉଥିବାବେଳେ ନୂଆ ଗ୍ୟାଲେରୀ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି। ପ୍ରବେଶ ପଥର ସୌନ୍ଦର୍ଯ୍ୟକରଣ କରାଯାଇ ଏହାକୁ ନୂଆ ରୂପ ପ୍ରଦାନ କରାଯାଇଛି। ସଂଗ୍ରହାଳୟ ପରିସରରେ ଥିବା ଉଦ୍ୟାନକୁ ଆକର୍ଷିତ କରିବା ପାଇଁ ଫୁଲ କୁଣ୍ଡମାନ ରଖାଯାଇଛି। ପୂର୍ବରୁ ନୌବାଣିଜ୍ୟ ଗ୍ୟାଲେରୀ ଖୋଲିଥିବାବେଳେ ଚଳିତ ବର୍ଷ ୫ଟି ନୂଆ ଗ୍ୟାଲେରୀ ଖୋଲିବାକୁ ଯୋଜନା ରହିଛି। ସୃଜନଶୀଳ ଆର୍ଟ ଗ୍ୟାଲେରୀ, ଗାନ୍ଧୀ ଗ୍ୟାଲେରୀ, ଇନଟାଞ୍ଜିବଲ ଐତିହ୍ୟ ଗ୍ୟାଲେରୀ, ସ୍ବାଧୀନତା ସଂଗ୍ରାମୀ ଗ୍ୟାଲେରୀ ଏବଂ ପଟ୍ଟଚିତ୍ର ଗ୍ୟାଲେରୀ ଖୋଲାଯିବ ବୋଲି ସଂଗ୍ରହାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାବ୍ୟତୀତ କାଫେଟରିଆ ସହିତ ଶୋଭେନିୟମର ସପ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଯାହାକି ଚଳିତ ବର୍ଷ ସଂଗ୍ରହାଳୟର ଶୋଭାବର୍ଦ୍ଧନ କରିବ। ଏହାବାଦ୍ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସଂଗ୍ରହାଳୟ ସମ୍ପର୍କରେ କ୍ୟାଟେଲଗ ପ୍ରସ୍ତୁତ କରାଯାଇ ରାଜଧାନୀ ତଥା ରାଜ୍ୟରେ ଥିବା ବିଭିନ୍ନ ହୋଟେଲକୁ ପ୍ରଦାନ କରାଯିବାକୁ ପ୍ରସ୍ତୁତି ଚାଲିଛି। ଯାହାଦ୍ବାରା ପର୍ଯ୍ୟଟକ ସମ୍ପୃକ୍ତ କ୍ୟାଟେଲଗକୁ ଦେଖି ସଂଗ୍ରହାଳୟ ପ୍ରତି ଆକୃଷ୍ଟ ହେବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories