www.samajalive.in
Tuesday, December 9, 2025
16.1 C
Bhubaneswar

ପୁଣି ଖଟିଆରେ ବୁହା ହେଲେ ରୋଗୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ରୋଗୀକୁ ଖଟିଆରେ ବୁହା ଘଟଣା ନିତିଦିନିଆରେ ପରିଣତ ହୋଇଥିବା ବେଳେ ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟୟର ବାସ କରୁଥିବା ମୁଦୁଲିପଡାରେ ପୁଣି ଏଭଳି ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛିା ଆମ୍ବୁଲାନ୍ସ ଗ୍ରାମକୁ ଯାଇ ପାରୁନଥିବା ବେଳେ ମୋବାଇଲ ନଥିବା ଯୋଗୁଁ କୌଣସି ଜରୁରୀ କାଳୀନ ବ୍ୟବସ୍ଥାକୁ ମଧ୍ୟ ଫୋନ୍‍ କରି ସାହାଯ୍ୟ ମିଳିପାରୁନଥିବାରୁ ବାଧ୍ୟ ହୋଇ ପରିବାରର କିଛି ଲୋକ ଗୁରୁତର ଅବସ୍ଥାରେ ଗୋଇଗୁଡା ଗ୍ରାମର ସମ୍ବାରି ବଡନାୟକ ନାମକ ଜଣେ ଆଦିବାସୀ ମହିଳାଙ୍କୁ ଖଟିଆରେ ବୋହି ଆଣିଛନ୍ତିା

ଗତକାଲି ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ମାଲେରିଆରେ ପୀଡିତ ସମ୍ବାରୀଙ୍କୁ ଜଙ୍ଗଲ ରାସ୍ତା ଓ ନାଳ ପାର କରି ଚାରି କିଲୋମିଟର କାନ୍ଧରେ ଭାର କରି ତୁଳାଗୁରୁମ ଗ୍ରାମକୁ ନେବାପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଖଇରପୁଟ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲ।। ତେବେ ସେ ମାଲକାନଗିରିରେ ଚିକିତ୍ସା ପାଉଥିବା ବେଳେ ତାଙ୍କର ଅବସ୍ଥା ସ୍ଥିର ଥିବା ଜଣାପଡିଛିା। ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାର ୧୩ଟି ପଞ୍ଚାୟତର ୬୮ଟି ଗ୍ରାମକୁ ରାସ୍ତା ନଥିବା ବେଳେ ଜଡାମ୍ବ, ପଣସପୁଟ, ଅଣ୍ଡ୍‍ପାଲ୍ଲୀ, ପାପୁଲୁର, କୁର୍ମାନୁର, ନାକାମାମୁଡି ପରି ଦୁର୍ଗମ ପଂଚାୟତରେ ମାଓବାଦୀଙ୍କ ବିରୋଧ ଯୋଗୁଁ ରାସ୍ତା ହୋଇ ପାରୁ ନଥିବା ବେଳେ ଏହି ଗ୍ରାମବାସୀ ମାନେ ମୌଳିକ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି। ଖଟିଆରେ ଭାରରେ ରୋଗୀ ଓ ପ୍ରସୁତୀ ମାନଙ୍କୁ ବୋହି ବୋହି ଆଣିବା ଘଟଣା ଦେଖିଲେ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ କେତେଦୂର ସଚେତନ ତାହା ସହଜରେ ଅନୁମାନ କରି ହେବା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories