www.samajalive.in
Monday, December 8, 2025
27.1 C
Bhubaneswar

ପାକିସ୍ତାନ ଦୂତ ମାଲିହା ଲୋଧିଙ୍କୁ ହଲାପଟା

ନ୍ୟୁୟର୍କ : ଜାତିସଙ୍ଘ ପାଇଁ ନିଯୁକ୍ତ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମାଲିହା ଲୋଧିଙ୍କୁ ଏଠାରେ ଏକ କାର୍ଯ୍ୟକ୍ରମରେ ନାହିଁ ନ ଥିବା ହଲାପଟା କରାଯାଇଛି। ନିଜକୁ ପାକିସ୍ତାନୀ ନାଗରିକ ଦର୍ଶାଇ ଜଣେ ବ୍ୟକ୍ତି ତାଙ୍କୁ ‘ଚୋର’ ବୋଲି ଆକ୍ଷେପ କରିବା ସହ ବେଶ୍‌ ‘ତୁମେ ପାକିସ୍ତାନ ପାଇଁ ପ୍ରତିନିଧିତ୍ବ କରିବାକୁ ଯୋଗ୍ୟ ନୁହେଁ। ଏଣିକି ତୁମେ ଲୋକଙ୍କଠାରୁ ଏଭଳି ବ୍ୟବହାର ପାଇବ’ ବୋଲି କହିଥିଲେ। ଲୋଧି ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରୁଥିବା ସମୟରେ ସମ୍ପୃକ୍ତ ବ୍ୟକ୍ତି ଏଥିରେ ହସ୍ତକ୍ଷେପ କରିବା ସହ କିଛି ପ୍ରଶ୍ନ ପଚାରିବାକୁ ଉଦ୍ୟତ ହେଉଥିଲାବେଳେ ଲୋଧି ବାହାରକୁ ବାହାରି ଯାଉଥିଲେ; ଏହି ସମୟରେ ଉଭୟଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ‘ତୁମେ କେବଳ ଆମ ଅର୍ଥ ଲୁଟିବା ବ୍ୟତୀତ ଗତ ୨୦ବର୍ଷ ଧରି ଆମ ପାଇଁ ଏଠାରେ କ’ଣ କରିଛ’ ବୋଲି ସମ୍ପୃକ୍ତ ବ୍ୟକ୍ତି ପ୍ରଶ୍ନ କଲାବେଳେ ଲୋଧି ‘ଏମିତି ପ୍ରଶ୍ନ ପଚରାଯାଏ ନାହିଁ’ ବୋଲି କହିଥିଲେ। ଏହାର ଜବାବରେ ସମ୍ପୃକ୍ତ ବ୍ୟକ୍ତି କହିଥିଲେ ଯେ ‘ପାକିସ୍ତାନୀ ନାଗରିକ ଭାବେ ତୁମକୁ ଆମର ପଚାରିବା ଅଧିକାର ରହିଛି। ମୋ ପ୍ରଶ୍ନର ଉତ୍ତର ନ ଦେଲେ ଲୋକେ ଏଣିକି ତୁମକୁ ଏମିତି ପ୍ରଶ୍ନ ପଚାରିବେ’ ବୋଲି ସେ ବଡ଼ ପାଟିରେ କହିଥିଲେ। ଲୋଧିଙ୍କୁ ସମର୍ଥନ କରୁଥିବା ଅନ୍ୟ ପାକିସ୍ତାନୀ ଅଧିକାରୀଙ୍କୁ ମଧ୍ୟ ସେ ସମାନ ଆକ୍ଷେପ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ କେତେକ ପାକିସ୍ତାନ ନାଗରିକ ତାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ମଧ୍ୟ ସମର୍ଥନ ମିଳିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories