ମୁମ୍ବଇ : ଦୁଇ ନବାଗତ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲାଲ’ ଶୁକ୍ରବାର(୫ ଜୁଲାଇ) ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଯୋଜକ-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଭାଣିଜୀ ଶର୍ମିନ ସହଗଲ ଓ ଅଭିନେତା ଜାବେଦ ଜାଫରୀଙ୍କ ପୁଅ ମିଜାନ ଜାଫରୀ ପ୍ରଥମ ଥର ପାଇଁ ବଲିଉଡ଼ରେ ପାଦ ଥାପିଛନ୍ତି। ଚଳଚ୍ଚିତ୍ର ସମୀକ୍ଷକଙ୍କ କହିବା ଅନୁସାରେ, ବକ୍ସ ଅଫିସରେ ‘ମଲାଲ’ ପ୍ରଥମ ଦିନରେ ୬୦ ରୁ ୭୫ ଲକ୍ଷ ଟଙ୍କା ଆୟ କରିପାରେ।
ସୂଚନାଯୋଗ୍ୟ, ସଞ୍ଜୟ ଲୀଲା ଭଂସାଲୀଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ମଙ୍ଗେଶ ହାଦାୱାଲେ ବହନ କରିଛନ୍ତି। ତେବେ ଭଂସାଲୀଙ୍କ ପ୍ରୋଜେକ୍ଟକୁ ଏହି ନୂଆ ଯୋଡ଼ି ସଫଳ କରି ପାରୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା।
ପରଦାକୁ ଆସିଲା ଭଂସାଲୀଙ୍କ ‘ମଲାଲ’
Popular Categories



