www.samajalive.in
Sunday, December 7, 2025
15.1 C
Bhubaneswar

ଘରର ମୁଖ୍ୟଦ୍ବାର ପାଇଁ କିଛି ବିଶେଷ ନିୟମ

ଘରର ମୁଖ୍ୟଦ୍ବାରକୁ ସୁଖ ପ୍ରବେଶର ଦ୍ବାର କୁହାଯାଇଥାଏ। ମୁଖ୍ୟଦ୍ବାରକୁ ସମୃଦ୍ଧିର ରାସ୍ତା କୁହାଯାଇଥାଏ। ଏହି ସ୍ଥାନରୁ ପରିବାର ସଦସ୍ୟଙ୍କର ଭାଗ୍ୟ ନିର୍ଦ୍ଧାରଣ ହୋଇଥାଏ। ମୁଖ୍ୟଦ୍ବାର ଠିକ ଭାବେ ତିଆରି ନ ହେବା ଦ୍ବାରା ପରିବାର ସଦସ୍ୟଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଘରର ମୁଖ୍ୟଦ୍ବାରରେ କିଛି ଶୁଭ ଓ ଉତ୍ତମ ବସ୍ତୁ ରଖିବା ଆବଶ୍ୟକ। ସେହି ବସ୍ତୁ ଗୁଡିକୁ ଠିକ ଭାବେ ରଖିବା ଦ୍ବାରା ଅନେକ ଲାଭ ହୋଇଥାଏ।

କଳସ : କଳସର ଅର୍ଥ ସମ୍ପୁର୍ଣ୍ଣତା। ଏହା ଶୁକ୍ର ଓ ଚନ୍ଦ୍ରଙ୍କର ପ୍ରତୀକ ଅଟେ।

- Advertisement -

ପୂଜା ସ୍ଥାନ ଓ ମୁଖ୍ୟ ଦ୍ବାର ନିକଟରେ କଳସର ସ୍ଥାପନା କରାଯାଇଥାଏ।

ମୁଖ୍ୟଦ୍ବାରରେ ରଖାଯାଉଥିବା କଳସର ମୁଖ ସର୍ବଦା ଚଉଡା ଓ ଖୋଲା ରହିବା ଉଚିତ।

ସେହି କଳସରେ ପର୍ୟ୍ୟାପ୍ତ ପରିମାଣରେ ପାଣି ରଖନ୍ତୁ। ଯଦି ସମ୍ଭବ ତେବେ ଫୁଲର କିଛି ପାଖୁଡା ସେଥିରେ ପକାଇ ରଖିପାରିବେ।

ମୁଖ୍ୟଦ୍ବାରରେ ପାଣି ଭର୍ତ୍ତି ଥିବା କଳସ ରଖିବା ଦ୍ବାରା ଘରର ସମ୍ପୁର୍ଣ୍ଣତା ବଜାୟ ରହିଥାଏ।

ଗୃହ ମଧ୍ୟକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରି ନଥାଏ।

ତୋରଣ :

ଯେକୌଣସି ଶୁଭ କାର୍ୟ୍ୟ କରିବା ବେଳେ ମୁଖ୍ୟଦ୍ବାର ନିକଟରେ ତୋରଣ ଲଗାଇବା ଉଚିତ।

ବିଶେଷ ଭାବେ ଆମ୍ବ ପତ୍ରର ତୋରଣ ଲଗାଇବା ଶୁଭ ହୋଇଥାଏ। ଏହି ତୋରଣକୁ ଯେକୌଣସି ଦିନ ଲଗାଇ ପାରିବେ। କିନ୍ତୁ ମଙ୍ଗଳବାର ଦିନ ଲଗାଇବା ଅତ୍ୟନ୍ତ ଶୁଭ ଅଟେ।

ଆମ୍ବ ପତ୍ର ଘର ମଧ୍ୟକୁ ସୁଖ ଆଣିବାରେ ସହାୟକ ହୋଇଥାଏ।

ଏହି ପତ୍ରରେ ଥିବା ଏକ ବିଶେଷ ସୁଗନ୍ଧ ମାନସିକ ଚିନ୍ତା ଦୂର କରିଥାଏ। ତେଣୁ ଏହି ପତ୍ରରେ ତୋରଣ କରି ମୁଖ୍ୟଦ୍ବାରରେ ଲଗାଯାଇଥାଏ।

ସ୍ବସ୍ତିକ ଚିହ୍ନ :

ଘରେ ଯେକୌଣସି ଶୁଭ କାର୍ୟ୍ୟ ବେଳେ ସ୍ବସ୍ତିକ ଚିହ୍ନ କରାଯାଇଥାଏ।
ଏହା ଯେକୌଣସି ସ୍ଥାନର ଶକ୍ତିକୁ ନିୟନ୍ତ୍ରିତ କରିବା ନିମନ୍ତେ କରାଯାଏ।

ଏହାର ଭୁଲ ପ୍ରୟୋଗ ଦ୍ବାରା ବିପରୀତ ଫଳ ମିଳିଥାଏ।

ସ୍ବସ୍ତିକ ଚିହ୍ନର ବ୍ୟବହାର ଦ୍ବାରା ମନୁଷ୍ୟ ଜୀବନରେ ଅନେକ ସମସ୍ୟାର ସମାଧାନ ହୋଇଥାଏ।

ଲାଲ ଓ ହଳଦିଆ ରଙ୍ଗର ସ୍ବସ୍ତିକ ଚିହ୍ନ ବିଶେଷ ପ୍ରଭାବଶାଳୀ ହୋଇଥାଏ।

ଘରର ମୁଖ୍ୟଦ୍ବାରର ଉଭୟ ପଟେ ଲାଲ ରଙ୍ଗର ସ୍ବସ୍ତିକ ଚିହ୍ନ କରିବା ଦ୍ବାରା ବାସ୍ତୁ ସମ୍ବନ୍ଧୀୟ ଦୋଷ ସମାପ୍ତ ହୋଇଥାଏ।

ହଳଦିଆ ରଙ୍ଗର ସ୍ବସ୍ତିକ ଚିହ୍ନ କରିବା ଦ୍ବାରା ପରିବାର ସଦସ୍ୟଙ୍କର ସ୍ବାସ୍ଥ୍ୟ ଭଲ ରହିଥାଏ।

ଘୋଡାର ନାଲ :

ଏହାର ସମ୍ବନ୍ଧ ଶନିଙ୍କ ସହ ରହିଛି। ଘୋଡା ନାଲର ବ୍ୟବହାର ଦ୍ବାରା ଶନିଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇପାରିବା।

ଏହାକୁ ଘରର ମୁଖ୍ୟଦ୍ବାର ସମ୍ମୁଖରେ ଲଗାଇବା ଉଚିତ।

ଏହାଦ୍ବାରା ଘରର ସମସ୍ତ ସଦସ୍ୟଙ୍କର ମଙ୍ଗଳ ହେବା ସହ ଉନ୍ନତି ହୋଇଥାଏ।

ଗଣେଶଙ୍କ ମୂର୍ତ୍ତି :

ଘରର ସୁଖଶାନ୍ତି ପାଇଁ ମୁଖ୍ୟଦ୍ବାରରେ ପ୍ରଭୁ ଗଣେଶଙ୍କର ମୂର୍ତ୍ତି କିମ୍ବା ଫଟୋ ଲଗାଇବା ଉଚିତ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories