www.samajalive.in
Tuesday, December 9, 2025
15.1 C
Bhubaneswar

‘ଭାଲେଣ୍ଟାଇନ ଡେ’ରେ ଲଞ୍ଚ ହେଲା ମହେନ୍ଦ୍ରାର ଏକ୍ସୟୁଭି-୩୦୦

ନୂଆଦିଲ୍ଲୀ : ପ୍ରେମ ଦିବସ ବା ଭାଲେଣ୍ଟାଇନ ଡେରେ ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ମହେନ୍ଦ୍ରା ନିଜର ନୂଆ ମଡେଲ ଏକ୍ସୟୁଭି୩୦୦ର ବଜାର ପ୍ରବେଶ କରାଇଛି। ବଜାର ପ୍ରବେଶ ପୂର୍ବରୁ ହିଁ ଏହି ଗାଡି ଅଟୋମୋବାଇଲ ବଜାରରେ ଲୋକପ୍ରିୟତା ସୃଷ୍ଟି କରିଛି। ଏହାକୁ କିଣିବା ପାଇଁ ୪ହଜାରରୁ ଅଧିକ ଲୋକ ବୁକିଂ କରିସାରିଛନ୍ତିି। ଏହି ଗାଡି କିଣିବା ପାଇଁ ଜାନୁଆରୀ ୯ ତାରିଖରୁ ଗ୍ରାହକ ୨୦ହଜାର ଟଙ୍କା ଦେଇ ବୁକିଂ କରିଥିଲେ। ଏହି ନୂଆ ମଡେଲ କାରରେ ୧.୨ଲିଟର ପେଟ୍ରୋଲ ଓ ୧.୫ଲିଟର ଡିଜେଲ ଇଞ୍ଜିନ ରହିଛି। ଏହାବ୍ୟତୀତ ଏହି କାରରେ ୨୬୦୦ ଏମଏମ ସବୁଠାରୁ ବଡ ହ୍ୱିଲବେସ ଦିଆଯାଇଛି। ଯାହା ପ୍ରାୟତଃ ଦାମି ଗାଡି ମାନଙ୍କରେ ରହିଥାଏ। ଏହି ମଡେଲକୁ ୩ଟି ୱାରିଏଣ୍ଟରେ ବଜାର ପ୍ରବେଶ କରାଯାଇଛି। ଏହାର ସବୁଠାରୁ ଶସ୍ତା ୱାରିଏଣ୍ଟର ମୂଲ୍ୟ ୮ଲକ୍ଷ ଟଙ୍କା ରହିଥିବା ବେଳେ ମହଙ୍ଗା ୱାରିଏଣ୍ଟର ମୂଲ୍ୟ ୧୨ଲକ୍ଷ ଟଙ୍କା ରହିଛି।
ତେବେ ଆସନ୍ତୁ ଜାଣିବା ଗ୍ରାହକ ମାନଙ୍କ ପାଇଁ କଣ ସବୁ ସୁବିଧା ରହିଛି
• ଚାରୋଟି ସ୍ପିକର ସହ ୩.୫ ଇଞ୍ଚ ଅଡିଓ ସିଷ୍ଟମ ରହିଛି।
• ଆଇସୋଫିକ୍ସ ସିଷ୍ଟମ
• ବୈଦୋତିକ ଟେଲଗେଟ ରିଲିଜ
• ୧୬ଇଞ୍ଚ ଷ୍ଟିଲ ହ୍ୱିଲ
• କି-ଲେନ୍ସ ଏଣ୍ଟ୍ରି
• ଷ୍ଟିୟରିଂ ମାଉଟେଣ୍ଟ କଣ୍ଟ୍ରୋଲ
• ଡୋର କ୍ଲୋଡିଂ
ଏହି ସୁବିଧାକୁ ନଜର ରଖି ଗ୍ରାହକଙ୍କ ଚାହିଦା ରହିବ ବୋଲି କମ୍ପାନୀ ଆଶା ରଖିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories