ଆସୁଛି ମହେନ୍ଦ୍ରାର ଦୁଇ ବିଦ୍ୟୁତଚାଳିତ ଅଟୋ

0

ନୂଆଦିଲ୍ଲୀ : ଅଟୋମୋବାଇଲ କମ୍ପାନୀ ମହେନ୍ଦ୍ରା ଏବଂ ମହେନ୍ଦ୍ରା ବିଶ୍ୱ ମୋବିଲିଟି ସମ୍ମିଳନୀ ‘ମୁବ’ରେ ନିଜର ଦୁଇ ବିଦ୍ୟୁତଚାଳିତ ଅଟୋର ଉନ୍ମୋଚନ କରିଛି। କମ୍ପାନୀ ନିଜର ଦୁଇ ମଡେଲ ‘ଅଟୋ ଟ୍ରିୟୋ’ ଓ ‘ଟ୍ରିୟୋ ୟାରୀ’ ବଜାର ପ୍ରବେଶ କରାଯିବ। ଏହି ଦୁଇ ଅଟୋରେ ଲିଥିୟମ-ଆୟନ ବ୍ୟାଟେରୀ ରହିଛି। ଅଟୋରେ ଭିନ୍ନ ଡିଜାଇନ ହିଁ ଏହାର ମୁଖ୍ୟ ଆକର୍ଷଣ ରହିଥିବା କୁହାଯାଉଛି।
କମ୍ପାନୀ ଏମଡି ପବନ ଗୋଏଙ୍କା କହିଛନ୍ତି, ଭାରତରେ ସମସ୍ତ ଅଟୋମୋବାଇଲ ବିଦ୍ୟୁତଚାଳିତ ପାଇଁ ପ୍ରସ୍ତୁତ କରାଯାଉଛି। ତେଣୁ ଏହି ଠିକ ସମୟରେ ବିଦ୍ୟୁତଚାଳିତ ଯନ୍ତ୍ର ନିର୍ମାଣ ପାଇଁ କମ୍ପାନୀ ପ୍ରତିବଦ୍ଧତା ରହିଛି। ଭାରତରେ ମହେନ୍ଦ୍ରା ଏକମାତ୍ର କମ୍ପାନୀ ଯେଉଁଥିରେ ପ୍ରଥମ ବିଦ୍ୟୁତଚାଳିତ ଗାଡି ନିର୍ମାଣ କରିଥିଲା। ଆଗାମୀ ଦିନରେ ବିଦ୍ୟୁତଚାଳିତ ଗାଡି ନିର୍ମାଣ ବୃଦ୍ଧି କରାଯିବ ବୋଲି କମ୍ପାନୀ କହିଛି।

Leave A Reply