www.samajalive.in
Tuesday, December 9, 2025
17.1 C
Bhubaneswar

କୋଭିଡ-୧୯ ସମୟରେ ସମାଜ ସେବା ପାଇଁ ଜେଏସ୍‌ପିଏଲ୍‌କୁ ମହତ୍ମା ସମ୍ମାନ ୨୦୨୦

ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀ ମୁକାବିଲାରେ ସ୍ଥାନୀୟ ପ୍ରଶାସନ ଓ ଲୋକମାନଙ୍କୁ ସହାୟତା କାର୍ଯ୍ୟ  ନିମନ୍ତେ ଭାରତର ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌)କୁ ମହାତ୍ମା ସମ୍ମାନ ୨୦୨୦ ପ୍ରଦାନ କାରାଯାଇଛି। ଶନିବାର ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନେସନାଲ୍ ସେଣ୍ଟର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜେଏସ୍‌ପିଏଲ୍ ସାମାଜିକ ଉପକ୍ରମ ଜେଏସ୍‌ପିଏଲ୍ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

‘‘ଏକ ଦାୟୀତ୍ୱସମ୍ପନ୍ନ କଂପାନୀ ଭାବରେ ଆମେ କୋଭିଡ-୧୯ ମହାମାରୀ ସମୟରେ ମିଶନ ଜିରୋ ହଙ୍ଗର କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ। ଏହାର ଉଦ୍ଦେଶ୍ୟ ଥିଲା ଯେପରି ଆମ ଚତୁର୍ପାଶ୍ୱରେ କେହି ଖାଲି ପେଟରେ ଶୋଇବେ ନାହିଁ ତାହା ସହିତ ଏହି କଷ୍ଟକର ସମୟରେ ସ୍ଥାନୀୟ ଲୋକମାନଙ୍କ କିପରି ସେମାନଙ୍କ ରୋଜଗାର ସୁରକ୍ଷିତ ରଖି ପାରିବେ ସେଥି ନିମନ୍ତେ ମଧ୍ୟ ସାହୟତା କରିଥିଲୁ’’, ବୋଲି ଶ୍ରୀମତୀ ଜିନ୍ଦଲ କହିଥିଲେ। ଏହି ସମ୍ମାନ ନିମନ୍ତେ ସେ ଜୁରୀ ସଦସ୍ୟ ଓ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

- Advertisement -

ଲକ୍‌ଡାଉନ୍ ସମୟରେ ଜେଏସ୍‌ପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ଓଡିଶା, ଛତିଶଗଡ, ଝାରଖଣ୍ଡ ଏବଂ ନୂଆ ଦିଲ୍ଲୀରେ ପାଞ୍ଚ ଲକ୍ଷରୁ ଅଧିକ ଖାଦ୍ୟ (ମିଲ) ଯୋଗାଇ ଦିଆଯାଇଥିଲା। ଫାଉଣ୍ଡେସନ୍ ପ୍ରୋତ୍ସାହିତ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ତିଆରି ହୋଇଥିବା ଦୁଇ ଲକ୍ଷରୁ ଅଧିକ ମାସ୍କ, ସାନିଟାଇଜର, ହ୍ୟାଣ୍ଡୱାସ୍ ମଧ୍ୟ ସ୍ଥାନୀୟ ଜନସାଧାରଣ, ସ୍ୱାସ୍ଥ୍ୟକର୍ମୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଏହା ଦ୍ୱାରା ଏହି ମହିଳାମାନେ ମଧ୍ୟ ପ୍ରତ୍ୟକ ଦିନ ରୋଜଗାର କାରିବାରେ ସକ୍ଷମ ହୋଇଥିଲେ। ଏହି ସମୟରେ ଦିବ୍ୟାଙ୍ଗ ପିଲା ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଜେଏସ୍‌ପିଏଲ୍ ଫାଉଣ୍ଡେସନ୍‌ର ଆଶା ଦ ହୋପ୍ କେନ୍ଦ୍ରଗୁଡିକ ଅନଲାଇନ୍ ଓ ହୋମ୍ ଭିଜିଟ୍ ମାଧ୍ୟମରେ ତାର ପୁନଃର୍ବାସ ଓ ଥେରାପୀ ସେବା ଜାରୀ ରଖିଥିଲା ।
ଏହା ସହିତ ବିଭିନ୍ନ କୋଭିଡ କେୟାର ଡାକ୍ତରଖାନାକୁ ଅକ୍ସିଜେନ ସିଲିଣ୍ଡର ଯୋଗାଇବା ସହିତ, ଜେଏସ୍‌ପିଏଲ୍ ପିଏମ୍ କେୟାର ଫଣ୍ଡକୁ ୨୫ କୋଟି ଟଙ୍କାର ସହାୟତା କରିଥିଲା ।
ଏହି ପୁରସ୍କାର ବିତରଣ ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଶ୍ରୀମତୀ ଜିନ୍ଦଲ ସିଏସଆର କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ନିମନ୍ତେ ବିଭିନ୍ନ କଂପାନୀକୁ ପୁରସ୍କାର ପ୍ରଦାନ ମଧ୍ୟ କରିଥିଲେ ।
କୋଭିଡ-୧୯ ମାହାମାରୀ ସମୟରେ କାର୍ୟ୍ୟ ପାଇଁ ଶ୍ରୀମତୀ  ଶାଲୁ ଜିନ୍ଦଲଙ୍କୁ ନିକଟରେ ଇଣ୍ଡିଆ ସିଏସଆର ଲିଡରସିପ ସମିତରେ ଇମ୍ପାକ୍ଟ ଲିଡର ସମ୍ମାନ ପ୍ରଦାନ କରାଯାଇଥିଲା। ଗତବର୍ଷ ସିଏସଆର କ୍ଷେତ୍ରରେ ବଳିଷ୍ଠ ନେତୃତ୍ୱ ପାଇଁ ଶ୍ରୀମତି ଜିନ୍ଦଲଙ୍କୁ ମହାତ୍ମା ସମ୍ମାନ ୨୦୧୯ରେ ସମ୍ମାନୀତ କରାଯାଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories