www.samajalive.in
Saturday, December 6, 2025
26.1 C
Bhubaneswar

ଶିବସେନା​‌ରେ ବି​‌ଦ୍ରୋହ; ସଙ୍କଟରେ ଉଦ୍ଧବ ସରକାର

ମୁମ୍ବଇ: ଉଦ୍ଧବ ଠାକରେଙ୍କ ନେତୃତ୍ବ ମହାରାଷ୍ଟ୍ରର ମେଣ୍ଟ ସରକାରରେ ପୁଣି ଥରେ ସଂକଟ ଦେଖାଯାଇଛି। ମେଣ୍ଟ ସରକାରର ମୁଖ୍ୟ ଅଂଶୀଦାର ଶିବସେନାର କିଛି ବିଧାୟକ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଶିବସେନାର ବରିଷ୍ଠ ବିଧାୟକ ତଥା ରାଜ୍ୟ ସରକାରର କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ବରେ ପ୍ରାୟ ୨୨ ଜଣ ବିଧାୟକ ଏବେ ଗୁଜରାଟର ସୁରତସ୍ଥିତ ଏକ ହୋଟେଲରେ ଏକଜୁଟ୍ ହୋଇଛନ୍ତି। ଏହି ବିଧାୟକମାନେ ଶିବସେନା, ଏନସିପି ଓ କଂଗ୍ରେସକୁ ନେଇ ଗଠିତ ରାଜ୍ୟର ମହା ବିକାଶ ଅଘାଡି (ଏମ୍‌ଭିଏ) ଭାଙ୍ଗିବାର ଯୋଜନା କରିଛନ୍ତି। ଏଥିରେ ବିରୋଧୀ ଦଳ ବିଜେପି ସାମିଲ ହୋଇଛି। ରାଜ୍ୟର ଏପରି ରାଜନୈତିକ ସଂକଟକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି।

ସୋମବାର ମହାରାଷ୍ଟ୍ର ବିଧାନ ପରିଷଦ ସଦସ୍ୟ (ଏମ୍ଏଲ୍‌ସି) ନିର୍ବାଚନରେ କ୍ରସ ଭୋଟିଂ ଯୋଗୁଁ ଏମ୍‌ଭିଏର ଜଣେ ପ୍ରାର୍ଥୀ (କଂଗ୍ରେସ)ଙ୍କ ପରାସ୍ତ ପରେ ମହାରାଷ୍ଟ୍ରରେ ରାଜନୈତିକ ସଂକଟ ଆରମ୍ଭ ହୋଇଛି। ରାଜ୍ୟର ୧୦ଟି ଏମଏଲସି ପାଇଁ ନିର୍ବାଚନ ହୋଇଥିବାବେଳେ ବିଜେପିର ସମସ୍ତ ୫ଜଣ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏମ୍‌ଭିଏ ୬ ପ୍ରାର୍ଥୀ ଦେଇଥିବାବେଳେ ୫ଜଣ ବିଜୟୀ ହୋଇଥିଲେ। ଶିବସେନା, ଏନସିପିରୁ ଦୁଇଜଣ ଲେଖାଏଁ ଓ କଂଗ୍ରେସରୁ ଜଣେ ବିଜୟୀ ହୋଇଥିଲେ। କଂଗ୍ରେସର ଜଣେ ପ୍ରାର୍ଥୀ ପରାସ୍ତ ହୋଇଥିଲେ। ଏହି ନିର୍ବାଚନରେ ପ୍ରାୟ ୨୦ ବିଧାୟକ କ୍ରସ ଭୋଟିଂ କରିଥିଲେ। ସେହିପରି ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ମଧ୍ୟ କ୍ରସ ଭୋଟିଂ ହୋଇଥିଲା। ଆବଶ୍ୟକ ବିଧାୟକ ନଥିବା ସତ୍ତ୍ବେ ବିଜେପିର ୩ ପ୍ରାର୍ଥୀ ବିଜୟୀ ହୋଇଥିଲେ ଓ ଶାସକ ମେଣ୍ଟ ପ୍ରାର୍ଥୀ ପରାସ୍ତ ହୋଇଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories