www.samajalive.in
Monday, December 8, 2025
27.1 C
Bhubaneswar

ମହାରାଷ୍ଟ୍ର ମୃତ୍ୟୁ ସଂଖ୍ୟା ୧୫୫, ଆହୁରି ୬୦ ନିଖୋଜ

ମୁମ୍ବଇ : ମହାରାଷ୍ଟ୍ରରେ ମୌସୁମି ବର୍ଷା ଓ ତତ୍‌ଜନିତ ବନ୍ୟା ବିତ୍ପାତ ମୃତ୍ୟୁ ସଂଖ୍ୟା ୧୫୫ରେ ପହଞ୍ଚିଛି। ଏବେ ସୁଦ୍ଧା ବହୁ ଦୁର୍ଗତ ବନ୍ୟା ଜଳ ଓ ଧସିଥିବା ଅତଡ଼ା ତଳେ ଚାପି ହୋଇ ରହିଛନ୍ତି। ଆହୁରି ୬୦ଜଣ ନିଖୋଜ ଥିବାବେଳେ ୮୯ଜଣ ଆହତ ହୋଇଛନ୍ତି। ଏନ୍‌ଡିଆରଏଫ୍‌, ସେନା ଏବଂ ଏସ୍‌ଡିଆରଏଫ୍‌ ପକ୍ଷରୁ ଉଦ୍ଧାର ଓ ସହାୟତା ଜାରି ରହିଛି। ସେନାର ଏହି କାର୍ଯ୍ୟକୁ ‘ଅପରେସନ୍‌ ବର୍ଷା’ ନାମକରଣ କରାଯାଇଛି। ମୋଟ ୯୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୯ ଜିଲାର ୮୭୫ ଗାଁରେ ସର୍ବାଧିକ କ୍ଷତି ଘଟିଛି। ୬ଜିଲାରେ ମାଟି ଅତଡ଼ା ଧସିଥିବାବେଳେ ଏଥିରେ ଅଧିକ ଜୀବନହାନି ଘଟିଛି। କୋହ୍ଲାପୁର ଓ ରାଇଗଡ଼ରେ ମୃତ୍ୟୁସଂଖ୍ୟା ଅଧିକ ରହିଛି। ପାଣିପାଗ ବିଭାଗ ପକ୍ଷରୁ ଅଧିକ ବର୍ଷା ନେଇ ରାଇଗଡ଼, ସିନ୍ଧୁଦୁର୍ଗ, ରତ୍ନଗିରି, ପୁଣେ, ସତାରା ଓ କୋହ୍ଲାପୁର ଭଳି ୬ ଜିଲା ପାଇଁ ସତର୍କତା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶନିବାର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ସହ ସ୍ଥିତି ସମୀକ୍ଷା​ କରିଛନ୍ତି। ସେ ମୃତକଙ୍କ ପିଛା ୫ଲକ୍ଷ ଟଙ୍କା ଲେକ୍ଷାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆହତଙ୍କ ଚିକିତ୍ସା ବାବଦ ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟକୁ ସମସ୍ତ ସହାୟତା ପ୍ରଦାନ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories