ମୁମ୍ବଇ : ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ଶନିବାର ଅଯୋଧ୍ୟା ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସେଠାରେ ଉତ୍ତର ପ୍ରଦେଶ ପୁଲିସ ଉଦ୍ଧବଙ୍କୁ ଗାର୍ଡ ଅଫ୍ ଅନର ଦେଇ ସ୍ୱାଗତ କରିଥିଲେ। ଅଯୋଧ୍ୟାରେ ପହଞ୍ଚିବା ପରେ ଉଦ୍ଧବ ଠାକରେ କହିଥିଲେ ଯେ, ମୁଁ ଭଗବାନ ଶ୍ରୀ ରାମଙ୍କୁ ଦର୍ଶନ କରିବା ପାଇଁ ଅଯୋଧ୍ୟା ଆସିଛି। ମୁଁ ହିନ୍ଦୁତ୍ୱରୁ ନୁହେଁ ବିଜେପିଠାରୁ ଅଲଗା ହୋଇଛି। ଯେବେ ପ୍ରଥମ ଥର ପାଇଁ ମୁଁ ଏଠାକୁ ଆସିଥିଲି, ସେତେବେଳେ ବାରମ୍ବାର ଆସିବା ପାଇଁ ନିଷ୍ପତ୍ତି ନେଇଥିଲି। ଦେଢ ବର୍ଷ ମଧ୍ୟରେ ମୁଁ ଏଠାକୁ ତୃତୀୟ ଥର ପାଇଁ ଆସିଛି। ଆରତୀ ସାରି ଯିବାପାଇଁ ମୋର ବହୁତ ଆଗ୍ରହ ଥିଲା ମାତ୍ର କରୋନା ଭାଇରସର ଆତଙ୍କ ପାଇଁ ମୋର ଇଛା ପୂରଣ ହୋଇପାରିଲା ନାହିଁ। ତେବେ ପୁନର୍ବାର ଅଯୋଧ୍ୟା ଆସିଲେ ନିଶ୍ଚିତ ଭାବେ ଆରତୀ ସାରି ଯିବି ବୋଲି ଉଦ୍ଧବ କହିଥିଲେ। ଏହାସହିତ ଏଠାରେ ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ସେ ଏକ କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଥିବା ସୂଚନା ମିଳିଛି।
ଅଯୋଧ୍ୟାରେ ଉଦ୍ଧବ : ମୁଁ ବିଜେପିରୁ ଅଲଗା ହୋଇଛି ହିନ୍ଦୁତ୍ୱରୁ ନୁହେଁ
Popular Categories



