www.samajalive.in
Monday, December 8, 2025
20.1 C
Bhubaneswar

ସ୍ତ୍ରୀକୁ ଛାଡି ଖୁଡ଼ିକୁ ଧରି ଫେରାର ହେଲା ପୁତୁରା

ମୋହନା : ସ୍ତ୍ରୀକୁ ଛାଡ଼ି ଖୁଡ଼ିକୁ ଧରି ଫେରାର ହେଲା ପୁତୁରା । ଏଭଳି ଏକ ଘଟଣା ଘଟିଛି ଗଜପତି ଜିଲା ଅଡ଼ବା ଅଞ୍ଚଳରେ। ଏ ନେଇ ସ୍ତ୍ରୀ ଥାନାରେ ଅଭିଯୋଗ କରିଛି । ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଉତମପୁର ଗାଁର ମିହିର ନାୟକ ଗତ ୩ ବର୍ଷ ପୂର୍ବରୁ ଗଞ୍ଜାମ ଜିଲ୍ଲା ଗୋପାଳପୁର ଗାଁର ଜଣେ ୧୫ ବର୍ଷୀୟ ନାବାଳିକାକୁ ପ୍ରେମ ବିବାହ କରିଥିଲେ। ବିବାହା ପରେ ଦୁହେଁ ଗାଁ ଛାଡି ବାହାରେ ରହୁଥିଲେ। ପରେ ତାଙ୍କର ପୁତ୍ର ସନ୍ତାନ ହେବା ପରେ ସେ ଗାଁକୁ ଫେରି ଟ୍ରାକ୍ଟର ଚଲାଉଥିଲେ। କିଛି ଦିନ ହେବ ଯୁବକ ଜଣଙ୍କ ପୁଣିଥରେ ନିଜ ସମ୍ପର୍କୀୟ ଖୁଡିକୁ ଭଲ ପାଇ ବସିଥିଲେ । ଗତ ମାସ ୨୯ର ସନ୍ଧ୍ୟାରେ ଖୁଡ଼ିକୁ ନେଇ ପୁତୁରା ଫେରାର ହୋଇଗଲେ । ପୁତୁରା ମିହିର ବିବାହ କରିଥିବା ବେଳେ ତାର ପୁଅକୁ ବର୍ତ୍ତମାନ ୩ ବର୍ଷ ହୋଇଥିବା ଜଣାପଡିଛି। ମିହିର ନିଜ ଖୁଡ଼ିକୁ ନେଇ ଫେରାର ହୋଇଯାଇଥିବା ମିହିରଙ୍କ ପତ୍ନୀ ଶନିବାର ଅଡ଼ବା ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅନ୍ୟ ପଟେ ଯୁବକର କାକା ମଧ୍ୟ ନିଜ ପତ୍ନୀ ତାଙ୍କ୮ବର୍ଷ ର ଝିଅ କୁ ନେଇ ଫେରାର ଥିବା ଥାନାରେ ଅଭିଯୋଗ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories