ହିନ୍ଦୁ ଧର୍ମରେ ଭୋଳାନାଥଙ୍କର ଅନେକ ମହିମା ରହିଛି। ତାଙ୍କର ଆଦି ନାହିଁ କି ଅନ୍ତ ନାହିଁ। ଶାସ୍ତ୍ରରେ ଭଗବାନ ଶିବଙ୍କ ସ୍ବରୂପ ସମ୍ବନ୍ଧରେ ଅନେକ ମହତ୍ତ୍ବପୂର୍ଣ୍ଣ କଥା ବର୍ଣ୍ଣନା କରାଯାଇଛି। ତାଙ୍କର ସ୍ବରୂପ ସମସ୍ତ ଦେବାଦେବୀଙ୍କ ଠାରୁ ଭିନ୍ନ ଅଟେ। ଯେପରି ସମସ୍ତ ଦେବାଦେବୀ ଦିବ୍ୟ ଆଭୂଷଣ ଓ ବସ୍ତ୍ର ପରିଧାନ କରିଥାଆନ୍ତି ସେଠାରେ ଭଗବାନ ଶିବ ଏପରି କିଛି ଧାରଣ କରିନଥାଆନ୍ତି। ସେ ଶରୀରରେ ବାଘ ଛାଲ ପରିଧାନ କରିବା ସହ ବେକରେ ସାପ ଓ ଦେହରେ ଭସ୍ମ ବୋଳି ହୋଇଥାଆନ୍ତି। ଏହାସହ ଧାର୍ମିକ ମାନ୍ୟତା ରହିଛି ଯେ, ଶିବଙ୍କୁ ସଂହାରକର୍ତ୍ତା କୁହାଯାଏ। ଏବଂ ସେ ଶବ ଜଳିବା ପରେ ଶେଷରେ ଭସ୍ମକୁ ନିଜ ଶରୀରରେ ଧାରଣ କରି ଥାଆନ୍ତି। ଏହି ପ୍ରକାରରେ ଭଗବାନ ଶିବ ମନୁଷ୍ୟ ଜାତିକୁ ଏକ ବାର୍ତ୍ତା ଦେଇଥାଆନ୍ତି ଯେ, ଆମ ଶରୀରର ନଶ୍ବର ଅଟେ। ଏହା ଦିନେ ନା ଦିନେ ପାଉଁଶ ହୋଇ ମାଟିରେ ମିଶିଯିବ। ତେଣୁ ମନୁଷ୍ୟକୁ କେବେ ବି ନିଜ ଶରୀର ଉପରେ ଗର୍ବ କରିବା ଉଚିତ ନୁହେଁ। ଯେକୌଣସି ବ୍ୟକ୍ତି ଯେତେ ସୁନ୍ଦର ହେଉ ନା କାହିଁକି ମୃତ୍ୟୁ ପରେ ତା ଶରୀର ମାଟିରେ ମିଶିଯିବ। ତେଣୁ ମନୁଷ୍ୟକୁ କେବେ ବି କୌଣସି କଥା ପାଇଁ ଗର୍ବ କରିବା ଉଚିତ ନୁହେଁ।
ଭଗବାନ ଶିବଙ୍କ ବସ୍ତ୍ର :
ଭଗବାନ ଶିବଙ୍କର ପ୍ରମୁଖ ବସ୍ତ୍ର ଭସ୍ମ ଅଟେ। ଏହାକୁ ସେ ନିଜ ଦେହର ସମସ୍ତ ଭାଗରେ ଲଗାଇ ଥାଆନ୍ତି। ଅଘୋରୀମାନଙ୍କର ମଧ୍ୟ ଏହା ଏକ ମାତ୍ର ବସ୍ତ୍ର ଅଟେ।
ଭଗବାନ ଶିବ ନିଜ ଦେହରେ ଭସ୍ମ ଲଗାଇ ଏହା ସୂଚାଇ ଥାଆନ୍ତି ଯେ, ଯେକୌଣସି ପରିସ୍ଥିତିରେ ମନୁଷ୍ୟ ନିଜକୁ ସମ୍ଭାଳିବା ସବୁଠାରୁ ବଡ ଗୁଣ ଅଟେ।
ଏହାର ମହତ୍ତ୍ବ :
ଭଗବାନ ଶିବ କୈଳାଶ ପର୍ବତରେ ବାସ କରନ୍ତି। ସେଠାରେ ଅତ୍ୟନ୍ତ ଥଣ୍ଡା ଅନୁଭୂତ ହୋଇଥାଏ। ଭସ୍ମ ଶରୀରର ଆବରଣ ପରି କାର୍ଯ୍ୟ କରିଥାଏ। ଏହାସହ ଭସ୍ମ ବସ୍ତ୍ର ପରି ଉପଯୋଗୀ ହୋଇଥାଏ। ଭସ୍ମକୁ ଶରୀରରେ ଲଗାଇବା ଦ୍ବାରା ଛିଦ୍ର ବନ୍ଦ ହେବା ଦ୍ବାରା ଥଣ୍ଡା କିମ୍ବା ଗରମ ଅନୁଭୂତ ହୋଇନଥାଏ। ଭଗବାନ ଶିବ ସନ୍ୟାସୀମାନଙ୍କ ପରି ରହିଥାଆନ୍ତି। ସନ୍ୟାସର ଅର୍ଥ ହେଉଛି ସଂସାର ଠାରୁ ଅଲଗା ପ୍ରକୃତିର ସାନିଧ୍ୟରେ ରହିବା। ସଂସାରର ସମସ୍ତ ମୋହମାୟା ତ୍ୟାଗ କରି ପ୍ରାକୃତିକ ସାଧନାରେ ନିଜକୁ ଲୀନ କରିବା। ଭସ୍ମ ପ୍ରାକୃତିକ ସାଧନା ମଧ୍ୟରୁ ଗୋଟିଏ ଅଟେ। ତେଣୁ ଭଗବାନ ଶିବ ଏହାକୁ ନିଜ ଶରୀରରେ ଲଗାଇଥାଆନ୍ତି।



