www.samajalive.in
Monday, December 8, 2025
13.1 C
Bhubaneswar

ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟ

ଚୌଦ୍ୱାର : ଗ୍ରାମାଞ୍ଚଳରୁ କିସ୍ତିଟଙ୍କା ଆଦାୟ କରି ଫେରୁଥିବା ଜଣେ ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କଠାରୁ ଲୁଟେରାମାନେ ୪୦ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଥିବା ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଛି। ପ୍ରକାଶଯେ କଟକ ଦୋଳମୁଣ୍ଡାଇସ୍ଥିତ ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କର କର୍ମଚାରୀ ସନ୍ତୋଷ କୁମାର ଦାସ ଶୁକ୍ରବାରଦିନ ଚୌଦ୍ୱାର ଥାନା ଅଧିନ ଅଙ୍ଗତରାଡିହ ଗ୍ରାମରୁ ଋଣ କିସ୍ତି ଟଙ୍କା ଆଦାୟ କରି ଅପରାହ୍ଣ ଗୋଟାଏ ବେଳେ ନିଜ ହିରୋହୋଣ୍ଡା ବାଇକରେ କଟକସ୍ଥିତ ବ୍ୟାଙ୍କକୁ ଫେରୁଥିବାବେଳେ ଚୌଦ୍ୱାର ନୁନ୍‍ଟିକିରୀ ନିକଟ ଚାଉଳିଆ ପୋଲ ପାଖରେ ଏକ କଳା ପଲସର ବାଇକରେ ୩ଜଣ ଦୁର୍ବୁତ୍ତ ହଠାତ୍‍ ଆସି ତାଙ୍କୁ ଅଟକାଇବା ସହିତ ତାଙ୍କ ପାଖରେ ଥିବା ଟଙ୍କା ବ୍ୟଗ୍‍କୁ ଛଡ଼ାଇନେଇ ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ। ପଲସର ବାଇକରେ ଥିବା ୩ଜଣ ଦୁର୍ବୁତ୍ତ ଭିତରୁ ଜଣେ ବଂଧୁକ ଦେଖାଇ ତାଙ୍କୁ ଭୟଭୀତ କରାଇଥିଲେ ବୋଲି ସନ୍ତୋଷ ଅଭିଯୋଗ କରିଛନ୍ତି। ଖବରପାଇ ଚୌଦ୍ୱାର ଆଇଆଇସି ବିରଞ୍ଚି ନାରାୟଣ ପତି ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟଯେ ଚାଉଳିଆ ପୋଲ-ନୁନ୍‍ଟିକିରୀ ରାସ୍ତାରେ ପୂର୍ବରୁ ୩ଥର ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ଘଟଣା ଘଟିଥିବାରୁ ଏହି କାଣ୍ଡ ସୁପରିକଳ୍ପିତ ଭାବେ କରାଯାଉଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ଅଧିକ ଛାନ୍‍ଭିନ୍‍ କଲେ ଲୁଟ ଘଟଣାର ପ୍ରକୃତ ରହସ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories