www.samajalive.in
Friday, December 5, 2025
23.1 C
Bhubaneswar

ଗୋଟିଏ ହାତରେ କୋମଳମତି ଶିଶୁ ଓ ଅନ୍ୟ ହାତରେ ସୁଟକେସ୍, ଏକ ହଜାର କିମି ଚାଲିଲେ ମହିଳା

ଇନ୍ଦୋର : କରୋନା ସଂକ୍ରମଣ କାରଣରୁ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି। ଯେଉଁଥିରୁ ସେମାନଙ୍କର ଜୀବନଜୀବିକା ବିଷୟରେ ଜଣାପଡୁଛି। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମହିଳାଙ୍କ ହାତରେ ଟ୍ରଲି ବ୍ୟାଗ ଏବଂ ଅନ୍ୟ ହାତରେ ୯ ମାସର କୋମଳମତି ଶିଶୁପୁତ୍ରକୁ ଧରି ରାସ୍ତାରେ ଚାଲୁଥିବା ଦେଖିବାକୁ ମିଳିଛି।

ଏହି ଭିଡିଓ ବିଷୟରେ ଜଣା ପଡିଛି ଯେ, କିଛି ଦିନ ପୂର୍ବରୁ ଯେତେବେଳେ ଏକ ଅନୁଷ୍ଠାନର ଜଣେ ସଦସ୍ୟ ଇନ୍ଦୋର ବାଇପାସରେ ପତଚାରୀଙ୍କୁ ଜଳ ବଣ୍ଟନ କରୁଥିଲେ, ସେହି ସମୟରେ ଏହି ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଛାଡିଥିଲେ। ମହିଳା ଜଣଙ୍କ ଗୁଜୁରାଟର ସୁରଟରୁ ପ୍ରାୟ ୧ ହଜାର କିମି ପର୍ୟ୍ୟନ୍ତ ଟାଣ ଖରାରେ ଚାଲି ଚାଲି ଆସି ସେଠାରେ ପହଞ୍ଚିଥିଲେ। ଘଟଣାଟି ସାମ୍ନାକୁ ଆସିବା ପରେ ଏକ ମହିଳା ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଉଭୟ ମାଆ ଓ ଶିଶୁ ପାଇଁ ଖାଦ୍ୟ ପାନୀୟ ବ୍ୟବସ୍ଥା କରାଯାଇଥିଲା। ପରେ ପୁଲିସ ସହାୟତାରେ ତାଙ୍କୁ କାନପୁର ପଠାଯାଇଥିଲା।

- Advertisement -

ଏକ ଭିଡିଓ ପ୍ରସ୍ତୁତ କରି ମହିଳାଙ୍କୁ ସାହାଯ୍ୟ କରିଥିବା ବ୍ୟକ୍ତି ଅଜୟ ଗୁପ୍ତା କହିଛନ୍ତି ଯେ, ଏହି ଭିଡିଓ ପ୍ରାୟ ୮-୯ ଦିନ ପୁରୁଣା। ଅପରାହ୍ନ ପ୍ରାୟ ୩ଟା ବେଳେ ପଥଚାରୀଙ୍କୁ ପାଣି ଦିଆଯାଉଥିବା ବେଳେ ମୁଁ ସେହି ମହିଳାଙ୍କୁ ଦେଖିବାକୁ ପାଇଥିଲେ। ସେ ଗୋଟିଏ ହାତରେ କୋମଳମତି ଶିଶୁ ଏବଂ ଅନ୍ୟ ହାତରେ ସୁଟକେସ୍ ଧରି ବୁଲିଥିଲେ। ଟାଣ ଖରାରେ ସେ ଶହ ଶହ କିମି ଚାଲିକି ଆସି ଇନ୍ଦୋରରେ ପହଞ୍ଚିଥିଲେ। ମହିଳାଙ୍କ ନାମ ମଧୁ ଏବଂ ତାଙ୍କ ସ୍ୱାମୀଙ୍କ ନାମ ଦୀନେଶ। ଶିଶୁ ଓ ମହିଳାଙ୍କୁ ଖାଦ୍ୟ ପାନୀୟ ଦିଆଯିବା ପରେ ପୁଲିସ ସହାୟତାରେ ତାଙ୍କୁ କାନପୁର ପଠାଯାଇଥିଲା।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories