www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ଭୟ: ୨୨ରୁ ୨୯ ପ୍ରାୟ ସମ୍ପୂର୍ଣ୍ଣ ଲକ୍‍ ଡାଉନ୍‍

ଭୁବନେଶ୍ୱର: ବିଶ୍ୱବ୍ୟାପି ନିଜୟ କାୟା ବିସ୍ତାର କରି ଚାଲିଥିବା ‘କରୋନା’ ମୁକାବିଲା ରାଜ୍ୟରେ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏନେଇ ଶନିବାର ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତାକାଲି ଅର୍ଥାତ୍‍ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ୫ଟି ଜିଲାକୁ ପ୍ରାୟ ସମ୍ପୂର୍ଣ୍ଣ ଲକ୍‍ ଡାଉନ୍‍ କରାଯିବ ବୋଲି ଘୋଷଣା କରାଯାଇଛି। ୫ଟି ଜିଲା ଯଥା- ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲା ପ୍ରାୟ ସମ୍ପୂର୍ଣ୍ଣ ଲକ୍‍ ଡାଉନ୍‍ ହେବ। ଏହି ୫ଟି ଜିଲାର ସମସ୍ତ ସହର ଓ ଗାଁ ପ୍ରାୟ ସମ୍ପୂର୍ଣ୍ଣ ଲକ୍‍ ଡାଉନ୍‍ ରହିବ। ଏହା ବ୍ୟତୀତ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ପୁରୀ, ଯାଜପୁର ରୋଡ଼୍‍, ଯାଜପୁର ଟାଉନ୍‍ ଓ ରାଉରକେଲା ସହର ଲକ୍‍ ଡାଉନ୍‍ ରହିବ। ପ୍ରାୟ ସମ୍ପୂର୍ଣ୍ଣ ଲକ୍‍ ଡାଉନ୍‍ ଆସନ୍ତାକାଲି ସକାଳ ୭ଟାରୁ ଆରମ୍ଭ ହୋଇ ୨୯ ତାରିଖ ରାତି ୯ଟାରେ ଶେଷ ହେବ। ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ସର୍ବାଧିକ ବିଦେଶ ଫେରନ୍ତା ଥିବାରୁ ଲକ୍‍ ଡାଉନ୍‍ ଘୋଷଣା କରାଯାଇଛି।

ଅପର ପକ୍ଷରେ ବିମାନ ବନ୍ଦର, ରେଳ ଷ୍ଟେସନ୍‍, ବସ୍‍ଷ୍ଟାଣ୍ଡ୍‍ ଆଦି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ, ଏଗୁଡ଼ିକ ଲକ୍‍ଡାଉନ୍‍ ମୁକ୍ତ ରହିବ। ଅନ୍ୟ ସମସ୍ତ ଜରୁରୀକାଳୀନ ସେବା ଲକ୍‍ ଡାଉନ୍‍ ମୁକ୍ତ ରହିବ। ଗ୍ରୋସରୀ, ପରିବା, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲା ରହିବା ସହ ପେଟ୍ରୋଲ ପମ୍ପ, ମେଡିସିନ୍‍ ଦୋକାନ ଆଦି ମଧ୍ୟ ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ୍‍ ମାର୍କେଟ ସମେତ ହସ୍ପିଟାଲ, ବ୍ୟାଙ୍କ, ଏଟିଏମ୍‍, ପୌର ସେବା, ପୁଲିସ, ଅଗ୍ନିଶମ, ଓଡ୍ରାଫ୍‍, ପାନୀୟ ଜଳ ଓ ବିଦ୍ୟୁତ୍‍ ସେବା ଜାରି ରହିବ। ୫ ଜିଲା ଓ ୭ ସହରରେ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନକୁ ସ୍ଥଗିତ କରାଯାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥା ସାମଗ୍ରୀର ବିତରଣ କାର୍ଯ୍ୟ ମଧ୍ୟ ସ୍ଥଗିତ କରାଯାଇଛି। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏସବୁ କଟକଣା ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ, ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories