କଟକ: ‘କରୋନା’ ମୁକାବିଲା ପାଇଁ ଆସନ୍ତାକାଲି ହେବାକୁ ଥିବା ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ରବିବାର ଛତ୍ରବଜାର ଓ ମାଲଗୋଦାମ ବନ୍ଦ ରହିବ। ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ନେଉଥିବା ପଦକ୍ଷେପକୁ ସମର୍ଥନ ଜଣାଇ ଏପରି ନିଷ୍ପତ୍ତି ନିଆଯାଇଥିବା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।
ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ। ସେଥିପାଇଁ ଆସନ୍ତାକାଲି ଆମେ ଛତ୍ରବଜାର ବନ୍ଦ ରଖୁଛୁ। ସମସ୍ତ ବ୍ୟବସାୟୀ ଭାଇ ମଧ୍ୟ ଳଏଥିରେ ସହଯୋଗ କରୁଛନ୍ତି ବୋଲି ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।
ଆସନ୍ତାକାଲି ମାଲଗୋଦାମ ମଧ୍ୟ ବନ୍ଦ ରହିବ। ଏହା ସହିତ ସୋମବାରଠାରୁ ମାଲଗୋଦାମ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ଯାଏ ଖୋଲା ରହିବ ବୋଲି କଟକ ଚ୍ୟାମ୍ବର ଅଫ୍ କମର୍ସର ସମ୍ପାଦକ ପ୍ରଫୁଲ ଛାଟୋଇ ସୂଚନା ଦେଇଛନ୍ତି।



