www.samajalive.in
Wednesday, December 10, 2025
26.1 C
Bhubaneswar

ଲକ୍‌ଡାଉନ ପରବର୍ତ୍ତୀ ପରିସ୍ଥିତି ସମ୍ପର୍କରେ ଆଲୋଚନା: ଲୋକଙ୍କ ଉନ୍ନତି, ଶିଳ୍ପରେ ପ୍ରଗତିକୁ ପ୍ରାଧାନ୍ୟ

ଭୁବନେଶ୍ୱର : କୋଭିଡ-୧୯ ଯୋଗୁଁ ଦେଶରେ ଦେଖାଦେଇଥିବା ଅଚଳାବସ୍ଥାରେ ସୁଧାର ଆଣିବା ପାଇଁ ସମସ୍ତ କ୍ଷେତ୍ରରେ ଉଦ୍ୟମ ଚାଲିଛି। ଲକ୍‌ଡାଉନ୍‌ ପରବର୍ତ୍ତୀ ପରିସ୍ଥିତି ସମ୍ପର୍କରେ ସୁଧାର ଆଣିବା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଆସୋସିଏଡ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ(ଆସୋଚାମ) ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲୋକଙ୍କ ଉନ୍ନତି ଶିଳ୍ପ କ୍ଷେତ୍ରରେ ପ୍ରଗତିକୁ ପ୍ରାଧାନ୍ୟ ଦିଆଯାଇଥିଲା। ଏମ୍‌ଏସ୍‌ଏମ୍‌ଇ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ ଲକ୍‌ଡାଉନ ପ୍ରଭାବ ଯୋଗୁଁ ସାରା ବିଶ୍ୱରେ ଉତ୍ପାଦନ କ୍ଷେତ୍ରରେ ଓ ବାଣିଜ୍ୟକ ପ୍ରତିଷ୍ଠାନଗୁଡିକରେ ଏକ ବିରାଟ ପରିବର୍ତ୍ତନର ଲକ୍ଷ୍ୟ କରାଯାଉଛି। ବିଶେଷଭାବେ ଯୋଗାଣ ଶୃଙ୍ଖଳାରେ ପରିବର୍ତ୍ତନ କରି ଏଥିରେ ବିକଳ୍ପ ବ୍ୟବସ୍ଥା ସୃଷ୍ଟି ପାଇଁ ବିଚାର କରାଯାଉଛି ବୋଲି ସେ ମତ ରଖିଥିଲେ। ସରକାର ଲୋକଙ୍କ ଉନ୍ନତି ସହିତ ଶିଳ୍ପ କ୍ଷେତ୍ରରେ ପ୍ରଗତିକୁ ପ୍ରାଧାନ୍ୟ ଦେଇଆସିଛନ୍ତି। ଆମ ରାଜ୍ୟ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଦେଶରେ ପ୍ରଥମ ତିନୋଟି ସ୍ଥାନରେ ରହିଆସିଛି। ତାଛଡା ରାଜ୍ୟ ଆଲୁମିନିୟମ, ଇସ୍ପାତ ପାଇଁ ଦେଶର ୧୩.୮୮% କଞ୍ଚାମାଲ ଯୋଗାଣ ପାଇଁ ସକ୍ଷମ ଥିବା ସେ କହିଥିଲେ । ଏତଦ୍‌ବ୍ୟତୀତ ଦେଶର ସର୍ବବୃହତ ପଣ୍ୟବାହୀ ବନ୍ଦର ଓଡ଼ିଶାରେ ରହିଥିବା ଉଲ୍ଲେଖ କରି ଶିଳ୍ପ ପ୍ରଗତି ନିମନ୍ତେ କାର୍ୟ୍ୟ କରିବାକୁ ଇଡ୍‌କୋ ଭଳି ଏକ ଉତ୍ସର୍ଗୀକୃତ ସରକାରୀ ସଂସ୍ଥା ରହିଥିବା ସେ କହିଥିଲେ। ତେଣୁ ଲକ୍‌ଡାଉନ ପରବର୍ତ୍ତୀ ଶିଳ୍ପ ପ୍ରତିଷ୍ଠା, ଉତ୍ପାଦନ ଏବଂ ବଜାର ନିମନ୍ତେ ତଥା ଅମଦାନୀ ଓ ରପ୍ତାନୀ ପାଇଁ ଓଡ଼ିଶା ପୁଞ୍ଜି ନିବେଶମାନଙ୍କ ପାଇଁ ଏକ ପ୍ରକୃଷ୍ଠ ସ୍ଥାନ ବୋଲି ସେ ଏହି ସମ୍ମିଳନୀରେ ପ୍ରକାଶ କରିଥିଲେ। ସରକାର ରାଜ୍ୟରେ ସର୍ବଦା ଏକ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି ନିମନ୍ତେ ଚେଷ୍ଟିତ। ଏଥିନିମନ୍ତେ ମେକ୍‌-ଇନ୍‌-ଇଣ୍ଡିଆ ଭଳି କନ୍‌କ୍ଲେଭ୍‌ ଆୟୋଜନ କରି ନିବେଶକମାନଙ୍କୁ ରାଜ୍ୟକୁ ଆକୃଷ୍ଟ କରିବା ଦିଗରେ ବେଶ ଯତ୍ନବାନ ଥିବା ସେ କହିଛନ୍ତି। ତା’ଛଡା ରାଜ୍ୟରେ ଲୁହାପଥର, କ୍ରୋମାଇଟ, କୋଇଲା ଏବଂ ବକ୍ସସାଇଟ୍‌ ପ୍ରଭୃତି ଖଣିଜ ଉପଲବ୍ଧ ରାଜ୍ୟ ପାଇଁ ଶିଳ୍ପ ବିକାଶ ପାଇଁ ଆର୍ଶିବାଦ ବୋଲି କହିଥିଲେ। ଏହି ଉଚ୍ଚସ୍ତରୀୟ ଅନ୍‌ଲାଇନ୍‌ ସମ୍ମିଳନୀ ରାଜ୍ୟ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରି ପାରିବ ବୋଲି ଅନୁମାନ କରାଯାଇଛି।
କାର୍ୟ୍ୟକ୍ରମରେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ହରିଆଣାର ଉପମୁଖ୍ୟ ମନ୍ତ୍ରୀ ଦୁଷ୍ୟନ୍ତ ଗୈତାଲା, ଆନ୍ଧ୍ରପ୍ରଦେଶର ଶିଳ୍ପ ମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀ, ଭାରତରେ ଅବସ୍ଥାପିତ ଭିଏତନାମର ରାଷ୍ଟ୍ରଦୂତ ଫାମ୍‌ ସାନ୍‌ ଚାଓ, ଆସୋଚାମ୍‌ ଅଧ୍ୟକ୍ଷ ନିରଞ୍ଜନ ହିରାନନ୍ଦନାନୀ, ବହୁରାଷ୍ଟ୍ରୀୟ କମ୍ପାନୀର ବରିଷ୍ଠ ଅଧିକାରୀଗଣ ଏହି ଅନ୍‌ଲାଇନ ସମ୍ମିଳନୀରେ ଅଂଶଗ୍ରହଣ କରି ସେମାନଙ୍କ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories