www.samajalive.in
Tuesday, December 9, 2025
16.1 C
Bhubaneswar

ଆଜି ଜାଗର ; ଚଳଚଞ୍ଚଳ ଏକାମ୍ରକ୍ଷେତ୍ର

ଭୁବନେଶ୍ୱର : ଏକାମ୍ରକ୍ଷେତ୍ରରେ ସମସ୍ତ ଶୈବପୀଠରେ ମହାଶିବ ରାତ୍ରି ପାଇଁ ପ୍ରସ୍ତୁତି ଶେଷ ପର୍ଯାୟରେ ପହଞ୍ଚିଛି। ଯାତ୍ରାକୁ ଶୃଙ୍ଖଳିତ କରିବାକୁ କମିସନରେଟ ପୁଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି ଟ୍ରାଫିକ୍‌ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପୂର୍ବବର୍ଷ ଅପେକ୍ଷା ଅଧିକ ଶୃଙ୍ଖଳିତ କରିବା ଲାଗି ଦେବୋତ୍ତର କମିସନର, ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ବିଏମ୍‌ସି, ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ା ପୁଲିସ କମିସନର ସତ୍ୟଜିତ ମହାନ୍ତି ରବିବାର ଯାତ୍ରାସ୍ଥଳରେ ପହଞ୍ଚି ତଦାରଖ କରିଛନ୍ତି।
ମନ୍ଦିର ପରିସରକୁ ରଙ୍ଗବେରଙ୍ଗ ଆଲୋକରେ ଅାଲୋକିତ କରାଯାଇଛି । ମନ୍ଦିରକୁ ଚୁନ ଓ ରଙ୍ଗରେ ଆକର୍ଷିତ କରାଯାଇଛି। ରଦ୍ଧାଳୁଙ୍କ ପାଇଁ ବ୍ୟବସ୍ଥା ଶୃଙ୍ଖଳିତ କରାଯାଇଛି। ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ଧାଡ଼ିରେ ଯାଉଥିବା ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇବା, ମଝିରେ ମଝିରେ ଖରାର ଉତ୍ତାପ ଦେଖି ସେମାନଙ୍କ ଉପରେ ପାଣି ସିଞ୍ଚନ କରିବା ଓ ମନ୍ଦିରକୁ ପରିଷ୍କାର କରିବାକୁ ମନ୍ଦିର ପ୍ରଶାସନ ଗୁରୁତ୍ବ ଦେଇଛି । ମନ୍ଦିର ବାହାରେ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଳୁଙ୍କ ମନରେ ଶିବ ଚେତନା ଜାଗ୍ରତ କରିବା ଲାଗି ଶଙ୍ଖଧ୍ବନି, ବେଦପାଠ, ଶିବ ସହସ୍ରନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ , ରାମଚରିତ ମାନସ ପାରାୟଣ, ପ୍ରବଚନ ଆଦି ପରିବେଷଣ କରାଯିବ। ଏହାସହିତ ସନ୍ଧ୍ୟାରେ ଖ୍ୟାତିସମ୍ପନ୍ନ ଶିଳ୍ପୀଙ୍କ କଣ୍ଠରୁ ଭଜନ ପରିବେଷଣ ଆୟୋଜନ କରାଯାଇଛି।

- Advertisement -

ଫୋର୍ସ ମୁତୟନ

ଜାଗର ଯାତ୍ରା ପାଇଁ ଜଣେ ଡିସିପି, ୧୧୬ ଅଫିସର,୭୭ କନ​‌େ​‌ଷ୍ଟବଳ, ହାବିଲଦାର, ୭୦ ହୋମଗାର୍ଡ ଓ ୨୪ ପ୍ଲାଟୁନ ଫୋର୍ସ ମୁତୟନ ହେବେ ା ସେହିପରି ପୁଲିସ କମିସନର ପକ୍ଷରୁ ୫ଜଣ ଏସିପି, ୧୩ଜଣ ଆଇଆଇସି, ସୁବେଦାର, ଆରଆଇ ୨୧, ଏସଆଇ ଓ ଏଏସଆଇ ୭୭, କନେଷ୍ଟବଳ ମହିଳା ଓ ପୁରୁଷ ୭୨ଜଣ ,ହୋମଗାର୍ଡ ୭୦ଜଣଙ୍କ ସମେତ ୨୪ପ୍ଲାଟୁନ ଫୋର୍ସ ମୁତୟନ ବ୍ୟବସ୍ଥା କରାଯାଇଥିବା ପୁଲିସ କମିସନର ସୂଚନା ଦେଇଛନ୍ତି। ଏହାସହିତ ବିଳମ୍ବିତ ରାତିରୁ ମନ୍ଦିର ସିଂହଦ୍ବାର ଦେଇ ସମସ୍ତ ଗାଡ଼ି ଚଳାଚଳ ବନ୍ଦ କରାଯିବ। ବଢ଼େଇବାଙ୍କ ଛକ ମୁନା ମେଡିକାଲଠାରୁ ଗାଡ଼ିଗୁଡ଼ିକ ବିଏମ୍‌ସି ହସ୍‌ପିଟାଲ ଦେଇ ଛଡ଼ାଯିବ। ସେହିପରି କେଉଟ ସାହି ଦେଇ ଆସୁଥିବା ଗାଡ଼ିଗୁଡ଼ିକ ଲିଙ୍ଗରାଜ ହାଟ ଦେଇ ମୁନା ମେଡିକାଲ ଅଭିମୁଖେ ଛଡ଼ାଯିବ। ଏପଟେ କେଦାରଗୌରୀ ଛକ ଦେଇ ଆସୁଥିବା ଗାଡ଼ିଗୁଡ଼ିକ କୋଟିତୀର୍ଥ ଦେଇ ଲିଙ୍ଗରାଜ ନିଉ ମାର୍କେଟ ଦେଇ ଛଡ଼ାଯିବ। ସେହିପରି ସାମନ୍ତରାପୁର ଓ ଗ୍ୟାରେଜ ଛକ ଦେଇ ଆସୁଥିବା ଗାଡ଼ିଗୁଡ଼ିକ ସୁଲଭ ଶୌଚାଳୟ ନିକଟରେ ଅଟକାଇ ଲିଙ୍ଗରାଜ ନିଉ ମାର୍କେଟକୁ ସଂଯୋଗ ହୋଇଥିବା ନୂଆ ରାସ୍ତା ଦେଇ ସମସ୍ତ ଗାଡ଼ିଗୁଡ଼ିକ ଛଡାଯିବ। ଏହାସହିତ ଲିଙ୍ଗରାଜ ନିଉ ମାର୍କେଟରେ ବସ୍‌ ଓ ବ୍ୟାଖ୍ୟାନ କେନ୍ଦ୍ର ନିକଟରେ ହାଲୁକା ଚାରିଚକିଆ ଓ ବାଇକ ଆଦି ପାର୍କିଂ ବ୍ୟବସ୍ଥା ହୋଇଛି।

ଆସିବେ ଅନୁପ ଜଲୋ​‌ଟା, ଅନୁରାଧା ​​ପଡ଼ୱାଲ

ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଚଳିତବର୍ଷ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ୨୯ତମ ଜାତୀୟ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ। ଏଥିରେ ମୁମ୍ବଇର ଖ୍ୟାତନାମା କଣ୍ଠଶିଳ୍ପୀ ଅନୁପ୍‌ ଜଲୋଟା, ଅନୁରାଧା ​ପଡୱାଲ, ମଥୁରାର ଲାଲାଜୀ ଶର୍ମା ଓ ଟାଟାର ନେହା କଉର ପ୍ରମୁଖ ଭଜନ ଗାନ କରିବେ। ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ରଙ୍କ ସଂଯୋଜନାରେ ଓଡ଼ିଶାର ବହୁ ଖ୍ୟାତନାମା ଶିଳ୍ପୀ ଏଥିରେ ସାମିଲ ହେବେ। ସନ୍ଧ୍ୟା ୭ଟାରେ ଜାତୀୟ ସ୍ତରୀୟ ଭଜନ ସନ୍ଧ୍ୟା ପରିବେଷଣ ହେବ। ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଲିଙ୍ଗରାଜ ଭଜନମଣ୍ଡପର ଲାଇବ୍ରେରି କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ସନତ କୁମାର ମିଶ୍ର, ତପନ ମହାସୁଆର, ଲଲାଟେନ୍ଦ୍ର ମହାନ୍ତି, ବିଶ୍ବନାଥ ମହାପାତ୍ର ଓ କପିଳ ପଣ୍ଡା ପ୍ରମୁଖ ସଦସ୍ୟ ଏହି ସମୟରେ ଉପସ୍ଥିତ ରହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories