ନୂଆଦିଲ୍ଲୀ: ପାକିସ୍ତାନରେ ବସ ଟପ ଲସ୍କର ଆତଙ୍କବାଦୀ ସୈଫୁଲାକୁ ହତ୍ୟା କରାଯାଇଛି। ସିନ୍ଧ ପ୍ରୋଭିନ୍ସ ସୈଫୁଲା ଖାଲିଦକୁ ଅଜ୍ଞାତ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି। ଏଲଇଟି ପାଇଁ କମାଣ୍ଡର ଭାବେ କାମ କରୁଥିବା ସୈଫୁଲା ୨୦୦୬ରେ ବିଏସଏସ ମୁଖ୍ୟାଳୟ ଆକ୍ରମଣ ଏବଂ ୨୦୦୫ ଆଇଆଇଏସସି କ୍ୟାମ୍ପସ ଆକ୍ରମଣ ଷଡ଼ଯନ୍ତ୍ରରେ ସାମିଲ ଥିଲା। ସେହିପରି ନେପାଳ-ଭାରତ ସୀମାରେ ଅନୁପ୍ରବେଶରେ ସହଯୋଗରେ କରୁଥିଲା।
ଲସ୍କର-ଏ- ତୈୟବାର ଟପ୍ ଆତଙ୍କବାଦୀ ସୈଫୁଲ୍ଲା ଖାଲିଦକୁ ଗୁଳି ମାରି ହତ୍ୟା କରାଯାଇଛି । କେହି ଅଜ୍ଞାତ ବନ୍ଧୁକଧାରୀ ତାକୁ ଗୁଳି କରି ନିପାତ କରିଛି । ଦୀର୍ଘ ଦିନ ହେଲା ନେପାଳରେ ରହି ନିଜ ଆତଙ୍କବାଦୀ ନେଟଓ୍ବର୍କ ଚଲାଉଥିଲା । କିଛିଦିନ ହେବ ସିନ୍ଧ ପ୍ରଦେଶର ମତଲି ଓ ବଦିନରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଲାଇଥିଲା।



