www.samajalive.in
Thursday, December 11, 2025
26.1 C
Bhubaneswar

ବିପୁଳ ନିଶା ଦ୍ରବ୍ୟ ସହିତ କାର ଓ ବୁଲେଟ ଜବତ, ୭ ଗିରଫ

ସମ୍ବଲପୁର: ଆଗାମୀ ଶୀତଳଷଷ୍ଠୀ ଉତ୍ସବକୁ ଧ୍ୟାନରେ ରଖି ସମ୍ବଲପୁର ପୁଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ନିଶା ବିରୋଧି ଅଭିଯାନ କ୍ରମରେ ଧନୁପାଲି ପୁଲିସ ପକ୍ଷରୁ ୨ଟି ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ନିଶା ଦ୍ରବ୍ୟ ଜବତ କରାଯାଇଛି। ଏ ସମ୍ପର୍କରେ ମୋଟ ୭ ଜଣଙ୍କୁ ଗିରଫ କରାଯିବା ସହିତ ଏକ ଦାମୀକିଆ କାର, ବୁଲେଟ ଓ ମୋବାଇଲ ଆଦି ଜବତ କରାଯାଇଛି।

ପ୍ରଥମ ଘଟଣାରେ ଧନୁପାଲି ପୁଲିସ ପେଟ୍ରୋଲିଂ ସମୟରେ ଖବର ପାଇ ସରଲା ଛକ ନିକଟରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ କିଛି ଯୁବକ ବେଆଇନ ଭାବରେ ଏକ କାରରେ ବିଭିନ୍ନ ପ୍ରକାରର ମାଦକ ଦ୍ରବ୍ୟ ରଖିଥିଲେ। ପୁଲିସ ଯାଞ୍ଚ ସମୟରେ ଘଟଣାସ୍ଥଳରୁ ପୁଲିସକୁ ୪୨ ଲିଟର ଦେଶୀ ମଦ, ୪୮ଟି ନିଶା କଫ ସିରପ, ୮୦୦ ମିଲିଲିଟର ଅପମିଶ୍ରିତ ନିଶା ଦ୍ରବ୍ୟ, ୪ଟି ନିଶା ବଟିକା ଷ୍ଟ୍ରିପ, ଗୋଟିଏ ଦାମୀକିଆ କାର, ୪ଟି ମୋବାଇଲ ଫୋନ ମିଳିଥିଲା।

- Advertisement -

ମାଦକ ଦ୍ରବ୍ୟ ରଖିଥିବା ସମ୍ପର୍କରେ କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ ପୁଲିସ ପୁଟିବନ୍ଧ ନିବାସୀ ଜ୍ଞାନେଶ୍ୱର ମହାକୁଡ (୨୦), ଅମୂଲ୍ୟ ମହାରଣା (୨୮), ମୋହିତ ବେହେରା (୧୯), ଡୁମେରପଡା (ଶାସନ ଥାନା) ନିବାସୀ ରାଜୁ ମହାନନ୍ଦ (୨୫) ଓ ସିକ୍ରାପାଲି ନିବାସୀ ଜନ୍ମେଜୟ ପ୍ରଧାନ (୨୯) ଙ୍କୁ ଗିରଫ କରିଥିଲା।

ଧରାପଡ଼ିଥିବା ଯୁବକ ମାନଙ୍କ ମଧ୍ୟରେ ଅମୂଲ୍ୟ ମହାରଣା ନାମରେ ପୁର୍ବରୁ ବିଭିନ୍ନ ଥାନା ଗୁଡିକରେ ବିଭିନ୍ନ ପ୍ରକାରର ୯ଟି ମାମଲା ଓ ରାଜୁ ମହାନନ୍ଦ ନାମରେ ୧୦ଟି ମାମଲା ରହିଛି। ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ଚାଲାଣ ଧନୁପାଲି ପୁଲିସ କରିଛି।

ସେହିଭଳି ଦ୍ୱିତୀୟ ଘଟଣାରେ ସ୍ଥାନୀୟ ଖଲିଆବନ୍ଧ ଅଞ୍ଚଳରେ ପୁଲିସ ପେଟ୍ରୋଲିଂ ସମୟରେ ନିଶା ଦ୍ରବ୍ୟ କାରବାର ଚାଲିଥିବାର ଖବର ପାଇ ଚଢ଼ଉ କରାଯାଇଥିଲା। ଖଲିଆପାଲି ଆମ୍ବୁ ବୁରେଇ ଅଞ୍ଚଳରେ ବେଆଇନ ଭାବରେ ନିଶା ଦ୍ରବ୍ୟ ରଖିଥିବା ସଦର ଥାନା ଅଞ୍ଚଳର ରାସନପୁର ନିବାସୀ ମହେଶ କୁମାର ନାଏକ (୨୩) ଏବଂ ତାଲପାଲି ନିବାସୀ ପ୍ରବୀଣ ଗର୍ଡିଆ (୨୪) ଙ୍କୁ ଧରିଥିଲା। ଧରାପଡ଼ିଥିବା ଯୁବକମାନଙ୍କ ନିକଟରୁ ପୁଲିସ ୧୫ ଲିଟର ଦେଶୀ ମଦ, ୩୮ଟି ନିଶା କଫ ସିରପ, ୧ ଲିଟର ଅପମିଶ୍ରିତ ନିଶା ଦ୍ରବ୍ୟ, ୪ଟି ନିଶା ବଟିକା ଷ୍ଟ୍ରିପ, ଗୋଟିଏ ବୁଲେଟ ମୋଟର ସାଇକେଲ ଏବଂ ୨ଟି ମୋବାଇଲ ଫୋନ ଜବତ କରିଥିଲା।

ଏଣୁ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି। ଅପରପକ୍ଷରେ ଏହି ଯୁବକ ମାନେ ଅଧିକ ଲାଭ ଆଶାରେ ବିଭିନ୍ନ ପ୍ରକାରର ମାଦକ ଦ୍ରବ୍ୟ ଗୁଡିକୁ ମିଶାଇ ନିଶା ଅଭ୍ୟାସ ଥିବା ବ୍ୟକ୍ତି ମାନଙ୍କୁ ବିକ୍ରି କରୁଥିଲେ ବୋଲି ପୁଲିସ ସମ୍ମୁଖରେ ସ୍ୱିକାର କରିଥିଲେ।

Hot this week

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

Related Articles

Popular Categories