www.samajalive.in
Saturday, December 6, 2025
26.1 C
Bhubaneswar

‘ଅନ୍ଧାଧୁନ୍‍’ର ପ୍ରଶଂସା କଲେ ଲତା : ଆୟୁଷ୍ମାନ କହି‌ଲେ ଖାସ୍ ଏଥିପାଇଁ ପରିଶ୍ରମ କରିଥିଲି

ମୁମ୍ବଇ : ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅନ୍ଧାଧୁନ୍‍’ର ପ୍ରଶଂସା କରିଛନ୍ତି ଗାୟକ ଲତା ମଙ୍ଗେସକର। ସେ ଆୟୁଷ୍ମାନ ଖୁରାନାଙ୍କ ଏହି ସିନେମାକୁ ଦେଖି ଟ୍ୱିଟ କରି ଖୁସିବ୍ୟକ୍ତ କରିବା ସହ ଖୁବ୍ ପ୍ରଶଂସା କରିଛନ୍ତି।
ଲତା ମଙ୍ଗେସକର ଟ୍ବିଟ୍ କରି ଲେଖିଛନ୍ତି, ଆୟୁଷ୍ମାନ ଖୁରାନା ଜୀ ନମସ୍କାର। ମୁଁ ଆଜି ଆପଣଙ୍କ ଅଭିନୀତ ଚଳଚ୍ଚିତ୍ର ଅନ୍ଧାଧୁନ ଦେଖିଲି ଏଥିରେ ଆପଣ ବହୁତ ଭଲ କାମ କରିଛନ୍ତି। ଏଥିରେ ଯେଉଁ ଗୀତ ଗାଇଛନ୍ତି ତାହା ମୋତେ ବହୁତ ଭଲ ଲାଗିଲା। ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଭବିଷ୍ୟତରେ ଆପଣଙ୍କୁ ଅଧିକ ଖ୍ୟାତି କାମନା କରୁଛି।
ଏହାର ଉତ୍ତର ଦେଇ ଆୟୁଷ୍ମାନ ଲେଖିଛନ୍ତି – ଲତା ଦି, ଏହା ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଁ ବୋଧହୁଏ ଆପଣଙ୍କ ଉତ୍ସାହ ପାଇଁ କଠିନ ପରିଶ୍ରମ କରିଛି। ଆଶୀର୍ବାଦ ପାଇଁ ଧନ୍ୟବାଦ।
୫ ଅକ୍ଟୋବର ୨୦୧୮ରେ ମୁକ୍ତିଲାଭ କରିଥିବା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅନ୍ଧାଧୁନ୍‍’ ଦଶ’’କଙ୍କୁ ଖୁବ୍ ପସନ୍ଦ ଆସିଥିଲାଫଫ ଏପରିକି ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିବା ସହ ଜାତୀ ଆୱାଡ’’ ପାଇଥିଲାଫଫ ଏହି ସିନେମା ପାଇ’’ ଆୟୁଷ୍ମାନ ଖୁରାନାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲାଫଫ ଏହା ୩୨କୋଟି ଟଙ୍କା ବଜେଟରେ ନିର୍ମାଣ ହୋଇଥିଲା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories