www.samajalive.in
Thursday, December 11, 2025
27.1 C
Bhubaneswar

୨୦୧୯ ନିର୍ବାଚନ ପାଇଁ ମତଦାନ ଶେଷ : ୨୩ରେ ଫଳାଫଳ

ନୂଆଦିଲ୍ଲୀ : ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ରବିବାର ମତଦାନ ଶେଷ ହୋଇଛି । ତେବେ ଅପରାହ୍ନ ୫ଟା ସୁଦ୍ଧା ୫୨.୯୮ % ମତଦାନ ହୋଇଥିବା ଜଣା ପଡିଛି। ସକାଳ ୭ଟାରେ  ଆରମ୍ଭ ହୋଇ ମତଦାନ ସନ୍ଧ୍ୟା ୬ଟାରେ ଏହା ଶେଷ ହୋଇଛି। ତେବେ ମତଦାନ କେନ୍ଦ୍ର ପରିସରରେ ରହିଥିବା ମତଦାତାଙ୍କୁ ସନ୍ଧ୍ୟା ୬ଟା ପରେ ମତଦାନ ପାଇଁ ସୁଯୋଗ ଦିଆଯାଉଛି।

ଏହି ପର୍ଯ୍ୟାୟରେ ଦେଶର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୯ଟି ଆସନପାଇଁ ମତଦାନ ଅନୁଷ୍ଠିତ
ହେଉଛି। ଏଥିରେ ଉତ୍ତର ପ୍ରଦେଶ ଓ ପଞ୍ଜାବର ୧୩ଟି ଲେଖାଏଁ, ପଶ୍ଚିମବଙ୍ଗର ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ, ହିମାଚଳ ପ୍ରଦେଶର ସମସ୍ତ ୪ଟି ଆସନ, ଝାଡ଼ଖଣ୍ଡର ୩ଟି ଏବଂ ଚଣ୍ଡୀଗଡ଼ର ଗୋଟିଏ
ଆସନ ରହିଛି ।

- Advertisement -

ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା, ରବିଶଙ୍କର ପ୍ରସାଦ, ହରସିମ୍‍ରତ କୌର୍‍ ବାଦଲ ଏବଂ ହରଦୀପ୍‍ ସିଂ ପୁରୀ ରହିଛନ୍ତି। ଏଥିରେ ବିଜେପିର ମହେନ୍ଦ୍ରନାଥ ପାଣ୍ଡେ, କିରଣ ଖେର୍‍, ସନ୍ନି ଦେଓଲ୍‍ ଏବଂ ରବି କିଶନ ଶିରୋମଣୀ ଅକାଳୀ ଦଳର ସୁଖବୀର ବାଦଲ, କଂଗ୍ରେସର ମୀରା କୁମାର ,ଶତ୍ରୁଘ୍ନ ସିଂହ୍ନା ଏବଂ ଜେଏମ୍‍ଏମ୍‍ର ଶିବୁ ସୋରେନ୍‍ଙ୍କ ଭାଗ୍ୟ ନିର୍ଦ୍ଧାରିତ
ହେବ।
ପଶ୍ଚିମବଙ୍ଗର ଦାର୍ଜିଲିଂ ଇସ୍‍ଲାମପୁର, ହବିବ୍‍ପୁର ଏବଂ ଭାତପଡ଼ା ବିଧାନସଭା ଆସନ ତାମିଲ୍‍ନାଡ଼ୁର ସୁଲୁର୍‍, ଓତାପିଦରମ୍‍, ତିରୁପାରାନକୁନ୍ଦ୍ରମ୍‍ ଏବଂ ଆରଭାକୁରିଚି ବିଧାନସଭା ଆସନପାଇଁ ଉପନିର୍ବାଚନ ଅନୁଷ୍ଠିତ
ହେଉଛି। କର୍ଣ୍ଣାଟକର ଚିଞ୍ଚୋଲି ଏବଂ କୁଣ୍ଡଗୋଲ୍‍ରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେଉଛି।
ଆସନ୍ତା ଗୁରୁବାର ଲୋକସଭା ଏବଂ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍‍ ବିଧାନସଭା ନିର୍ବାଚନର ଭୋଟ୍‍ଗଣତି ଓ ଫଳାଫଲ ଘୋଷଣା ହେବ।

Hot this week

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories